ଜମ୍ମୁରୁ ପୁଞ୍ଚକୁ ଯାଉଥିବା ବେଳେ ଖାଲକୁ ଖସି ପଡିଲା ବସ୍: ୫ ମୃତ, ୨୫ ଯାତ୍ରୀ ଆହତ

ଶ୍ରୀନଗର : ଜମ୍ମୁରୁ ପୁଞ୍ଚକୁ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏହି ଦୁର୍ଘଟନା ରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୨୫ ଜଣ ଆହତ ହୋଇଛନ୍ତି । ୨୫ ଘଣ୍ଟା ମଧ୍ୟରେ ଜମ୍ମୁକଶ୍ମୀରରେ ଏହା ଦ୍ୱିତୀୟ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାଜୋରିରେ ଏକ ବସ ଖାଲରେ ଖସିପଡିବାରୁ ଏହି ଦୁର୍ଘଟଣା ଘଟିଛି ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେନା, ପୋଲିସ ଏବଂ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରୁ ପାଞ୍ଚଟି ମୃତଦେହ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ଡାକ୍ତରଖାନା ନେବାକୁ ଉଦ୍ୟମ ଜାରି ରହିଛି। ବସଟି ଜମ୍ମୁରୁ ପୁଞ୍ଚକୁ ଯାଉଥିଲା।
ଏହାପୂର୍ବରୁ ବୁଧବାର ପୁଞ୍ଚରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଥିଲା। ପୁଞ୍ଚର ମାଣ୍ଡି ତହସିଲ ସୀମାନ୍ତରେ ଥିବା ସଞ୍ଜୟାନର ବୁରାରୀ ନାଲା ଅଞ୍ଚଳରେ ଏକ ମିନି ବସ୍‌ ୨୫୦ ଫୁଟ୍‌ ଖାଲକୁ ଖସି ପଡିବାରୁ ୧୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨୮ ଜଣ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ତିନିଜଣ ସ୍କୁଲ ଛାତ୍ର ଏବଂ ଚାରିଜଣ ମହିଳା ଥିଲେ।

Related Posts