ପରେଶ ରାୱଲ୍‌ଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ଗାନ୍ଧୀନଗର: ଗୁଜୁରାଟ ରାଲିରେ ବଙ୍ଗାଳୀଙ୍କ ଖାଦ୍ୟକୁ ନେଇ ବିବାଦୀୟ ବୟାନ ଦେବା ଅଭିନେତା ତଥା ବିଜେପି ନେତା ପରେଶ ରାୱଲ୍‌ଙ୍କ ପାଇଁ ଅଡ଼ୁଆ ବଢେଇ ଦେଇଛି । ଏନେଇ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ପରେଶଙ୍କ ମନ୍ତବ୍ୟକୁ ନେଇ ଗତକାଲି ଟିଏମ୍‌ସି କଡ଼ା ସମାଲୋଚନା କରିଥିଲା। ହେଲେ ଆଜି ସିପିଆଇ(ଏମ୍) ନେତା ଏମ୍‌ଡି ସଲିମ୍ ପରେଶଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ଗୁଜୁରାଟ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଏକ ରାଲିକୁ ସମ୍ବୋଧନ କରି ବଙ୍ଗାଳୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ପରେଶ ରାୱଲ୍। ସେ କହିଥିଲେ “ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଅଧିକ ରହିଛି। ହେଲେ ଦିନେ ଏହାର ମୂଲ୍ୟ କମିବ। ଲୋକମାନେ ବି ନିଯୁକ୍ତି ପାଇବେ। କିନ୍ତୁ କଣ ହେବ ଯେତେବେଳେ ବାଂଲାଦେଶୀ ଓ ରୋହିଙ୍ଗିଆମାନେ ଆପଣଙ୍କ ଚାରିପାଖରେ ବାସ କରିବାକୁ ଲାଗିବେ। ଦିଲ୍ଲୀ ଭଳି? ସେତେବେଳେ ଗ୍ୟାସ୍‌ ସିଲିଣ୍ଡର ନେଇ ଆପଣ କରିବେ? କଣ ବଙ୍ଗାଳୀମାନଙ୍କ ପାଇଁ ମାଛ ଭାଜିବେ ?” ଯାହାକୁ ନେଇ ବଙ୍ଗାଳୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ପରେ ପରେଶ କ୍ଷମା ପ୍ରାର୍ଥନା କରିଥିଲେ।

ହେଲେ ଏବେ ତାଙ୍କ ବିରୋଧରେ ଥାନାରେ ମାମଲା ହୋଇଛି। ସଲିମ ତାଙ୍କ ବିରୋଧରେ କୋଲକାତାର ତାଲତାଲା ଥାନାରେ ଅଭିଯୋଗ କରିଥିଲେ। ଓ ତାଙ୍କ ବିରୋଧରେ ମାମଲା ରୁଜୁ ମକଦମା ଆରମ୍ଭ କରନ୍ତୁ। କାରଣ ତାଙ୍କ ଟିପ୍ପଣୀ ବଙ୍ଗାଳୀଙ୍କ ବିରୋଧରେ ସ୍ୱତନ୍ତ୍ର ମତ ସୃଷ୍ଟି କରୁଥି ବୋଲି ସଲୀମ ଅଭିଯୋଗରେ ଦର୍ଶାଇଛନ୍ତି।

ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ” ରାଜ୍ୟ ବାହାରେ ବହୁ ସଂଖ୍ୟାରେ ବଙ୍ଗାଳୀ ରହୁଛନ୍ତି। ଏବେ ପରେଶ ରାୱଙ୍କ ଟିପ୍ପଣି ପାଇଁ ସେମାନେ ସମସ୍ତେ ଏଥିରେ ପ୍ରଭାବିତ ହେବେ। ସେମାନଙ୍କୁ ଟାର୍ଗେଟ୍ କରାଯିବ।।” ଥାନାରେ ଏହି ଅଭିଯୋଗ କରିଛନ୍ତି ସଲୀମ। ପରେଶ ରାୱଲଙ୍କ ବିରୋଧରେ ଆଇପିସିରେ ଥିବା ଶତ୍ରୁତା ବଢ଼ାଇବା, ଜାଣିଶୁଣି ଅପମାନ କରିବା, ସର୍ବସାଧାରଣ ଅପମାନଜନକ ବ୍ୟବହାର ଆଦି ଧାରା ତାଙ୍କ ଉପରେ ଲଗାଯାଉ ବୋଲି ସଲୀମ ଚାହୁଁଛନ୍ତି

Related Posts