ଭୋଜି ଖାଇବାକୁ ଡାକିନେଇ ପୂର୍ବତନ ୱାର୍ଡ ମେମ୍ବରଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

କେନ୍ଦୁଝର: ପୂର୍ବତନ ୱାର୍ଡ ମେମ୍ବରଙ୍କୁ | କେନ୍ଦୁଝର ସଦର ଥାନା ମନୋହରପୁର ଗାଁରେ ଏଭଳି ଘଟଣା ଘଟିଛି। ଭୋଜି ଖାଇବାକୁ ଡାକିନେଇ ତାଙ୍କ କିଛି ସାଙ୍ଗ ତାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି | ପୂର୍ବତନ ମୃତ ୱାର୍ଡ ମେମ୍ବର ଜଣଙ୍କ ହେଲେ ମନୋହରପୁର ଗାଁର ଭାଗ୍ୟଧର ଘଣା।

ଗତକାଲି ରାତିରେ ଭାଗ୍ୟଧରଙ୍କୁ ତାଙ୍କ ସାଙ୍ଗ ଭୋଜି ଖାଇବାକୁ ପୋଖରୀ ପାର୍ଶ୍ୱକୁ ଡାକିଥିଲେ। ଭାଗ୍ୟଧର ଓ ତାଙ୍କ ସାଙ୍ଗ ତରଣୀସେନ ବାଇକ୍ ଯୋଗେ ସେଠାରେ ପହଞ୍ଚିଥିଲେ। ପରେ ୪ଜଣ ସାଙ୍ଗ ଭାଗ୍ୟଧରଙ୍କୁ ଲୁହାରଡ୍‌ରେ ଆକ୍ରମଣ କରିଥିଲେ। ତରଣୀସେନ ଜୀବନ ବଞ୍ଚାଇ ସେଠାରୁ ଖସି ପଳାଇ ଆସିଥିଲେ।

ଘଟଣାବିଷୟରେ ଭାଗ୍ୟଧରଙ୍କ ପରିବାର ଲୋକ ଓ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚିଲା ବେଳକୁ ଭାଗ୍ୟଧରଙ୍କୁ ସାଙ୍ଗମାନେ ହତ୍ୟା କରି ପୋଖରୀହୁଡ଼ାରେ ପକାଇ ଦେଇ ଚମ୍ପଟ ମାରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ପୁଲିସ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଦୁଇ ଫେରାର ହୋଇଯାଇଛନ୍ତି।

Related Posts