
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କାରରେ ଭର୍ତ୍ତି ହୋଇଥିବା ଏକ କାର୍ଗୋ ଜାହାଜ ଆଟଲାଣ୍ଟିକ୍ ମହାସାଗରରେ ନିଆଁ ଲାଗିଯାଇଥିବାର କଥା ସାମ୍ନାକୁ ଆସିଛି । ୬୫୬ ଫୁଟ ଲମ୍ବର ଫେଲିସିଟି ଏସ୍ ରୋଲ-ଅନ୍ ରୋଲ-ଅଫ୍ କାର ପରିବହନକାରୀ ଜାହାଜ ଉତ୍ତର ଆଟଲାଣ୍ଟିକରେ ଫୋର୍ଡ ଏବଂ ଭୋଟ୍ସୱାଗନ ସମେତ ମାଲ ପରିବହନ କରୁଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ସେପଟେ ଅଗ୍ନିକାଣ୍ଡ ସମୟରେ ଜାହାଜଟି ପର୍ତ୍ତୁଗାଲର ଆଜୋରର ଦକ୍ଷିଣ-ପଶ୍ଚିମ ଦିଗରୁ ଯାତ୍ରା କରୁଥିଲା ବୋଲି ପର୍ତ୍ତୁଗାଲ୍ ନୈସେନା ସ୍ପଷ୍ଟ କରିଛନ୍ତି । କାର୍ଗୋ ହୋଲ୍ଡରେ ନିଆଁ ଲାଗିବା ପରେ ଏହା ଚାରିପଟେ ବ୍ୟାପିଗଲା ଏବଂ ସମସ୍ତ ୨୨ ଜଣ କ୍ରୁ ସଦସ୍ୟଙ୍କୁ ଜାହାଜ ଛାଡିବାକୁ ବାଧ୍ୟ କଲା । ପର୍ତ୍ତୁଗୀଜ୍ ନୈସେନାର ଅନ୍ୟ ଏକ ବିବୃତ୍ତି ଅନୁଯାୟୀ, ପଣ୍ଟା ଡେଲଗଡା ସାମୁଦ୍ରିକ ସର୍ଚ୍ଚ ଆଣ୍ଡ ରେସକ୍ୟୁ କୋର୍ଡିନେସନ୍ ସେଣ୍ଟର ଦ୍ୱାରା ଉଦ୍ଧାର କାର୍ୟ୍ୟ ସହ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନୀୟ ହୋଟେଲକୁ ନିଆଯାଇଥିଲା। ଭକ୍ସଓ୍ୱାଗନ କଂପାନିର ସୂଚନା ଅନୁଯାୟୀ ଜାହାଜରେ ୩ ହଜାର ୯୬୫ଟି ଦାମୀ ତଥା ଲଗ୍ଜୁରୀ କାର ଥିଲା। ସେହିପରି ଜାହାଜରେ ପୋର୍ସ କଂପାନୀର ୧୧ଶହ କାର ଥିଲା।
ଅନେକ କାର୍ କାର୍ଗୋ ମଧ୍ୟରେ ଅଛି ଏବଂ ଜଳୁଥିବା ଜାହାଜରେ କାର୍ ଥିବା ଗ୍ରାହକଙ୍କୁ ସେମାନଙ୍କ ଡିଲରଙ୍କ ସହ ଯୋଗାଯୋଗ କରାଯାଉଛି । ତେବେ କାର୍ ଗୁଡିକ ସମୁଦ୍ରର ଗଭୀର ପାଣି ଭିତରେ ବୁଡି ଯାଇଥିବା ବେଳେ ଜାହାଜରେ ଥିବା ୨୨ କ୍ରୁ ମେମ୍ବରଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ଉକ୍ତ ଜାହାଜଟି ଜର୍ମାନୀର ଇଡେନ୍ରୁ ଆସୁଥିଲା। ଏହି ସମୟରେ ଏଭଳି ଦୁର୍ଘଟଣା ଘଟିଛି। ପର୍ତ୍ତୁଗିଜ୍ ନୌସେନା ଓ ବାୟୁସେନା ଏହି ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିଲେ। ପର୍ତ୍ତୁଗିଜ୍ ନୌସେନାର ସୂଚନା ଅନୁଯାୟୀ ଜାହାଜଟି ସଂପୂର୍ଣ୍ଣ ଜଳିବା ପୂର୍ବରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଏକ ହୋଟେଲ୍ରେ ରଖାଯାଇଛି। ତେବେ ଜାହାଜରେ କିଭଳି ନିଆଁ ଲାଗିଲା ସେ ନେଇ କିଛି ସୂଚନା ମିଳିନାହିଁ। ସମୁଦ୍ର ମଝିରେ ଜଳୁଥିବା ଏହି ଜାହାର ଫଟୋକୁ ପର୍ତ୍ତୁଗିଜ୍ ନୌସେନା ସୋଶାଲ ମିଡିଆରେ ଶେଆର କରିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା କୋର୍ଗୋ ଜାହାଜର ନାଁ ଫେଲିସିଟି ଏସ୍ ଥିବା ଜଣାପଡିଛି। ଅନ୍ୟପଟେ ୨୦୧୯ରେ ବି ଆମେରିକାରେ ଏଭଳି ଦୁର୍ଘଟଣା ଘଟିଥିଲା। ଏକ କାର ବୋଝେଇ କାର୍ଗୋ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୨ ହଜାର ବିଳାସପୂର୍ଣ୍ଣ କାର୍ ନଷ୍ଟ ହୋଇଯାଇଥିଲା।