ଶବ ଉପରେ ରାଜନୀତି କରୁଛି ବିଜେପି; କମଳନାଥ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନର ଦ୍ବିତୀୟ ଲହରୀରେ ଉପଜୁଥିବା ସମସ୍ୟାକୁ ନେଇ ଭାରତୀୟ ଜନତା ପାର୍ଟିକୁ ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ । ସେ କହିଛନ୍ତି, ” ବିଜେପି ଶବ ଉପରେ ରାଜନୀତି କରୁଛି । ସେମାନେ ଭାବନ୍ତି ଯେ ସତ୍ୟକୁ ଲୁଚାଇ କରୋନା ମହାମାରୀକୁ ରୋକି ପାରିବେ, କିନ୍ତୁ ତାହା ହେବ ନାହିଁ।” କମଳନାଥ କହିଛନ୍ତି ଯେ , ରାଜ୍ୟରେ କୌଣସି ଡାକ୍ତରଖାନା ନାହିଁ ଯେଉଁଠାରେ ଔଷଧ, ଇଞ୍ଜେକ୍ସନ, ଅମ୍ଳଜାନ, ଆମ୍ବୁଲାନ୍ସ ଏବଂ ବେଡ୍ ଉପଲବ୍ଧ ଅଛି। କିନ୍ତୁ ସିଏମ୍ କହୁଛନ୍ତି ସବୁକିଛି ଠିକ୍ ଠାକ୍ ଅଛି। ତେବେ ଗତ ତିନିମାସ ଧରି ଜାତୀୟ ତଥା ଆନ୍ତର୍ଜାତୀୟ ଗଣମାଧ୍ୟମ କୋଭିଡର ଦ୍ୱିତୀୟ ଲହର ପାଇଁ ସତର୍କ କରାଉଥିଲା ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ସେ କହିଛନ୍ତି, ମୋର ସାମର୍ଥ୍ୟ ଅନୁଯାୟୀ ମୁଁ ସମ୍ପୂର୍ଣ୍ଣ ସମର୍ଥନ କରିବି । ରାଜ୍ୟର କୋଟା ବୃଦ୍ଧି ପାଇଁ ମୁଁ ଇଞ୍ଜେକ୍ସନ କମ୍ପାନୀ ସହିତ ମଧ୍ୟ ଆଲୋଚନା କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୭୯,୨୫୭ରେ ଲକ୍ଷ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୬୪୫ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ୍ ମୃତ୍ୟୁ ସଂଖ୍ୟା ୨,୬୯,୫୦୭ ହୋଇଛି ।

Related Posts