ରଥ ଯାତ୍ରା ପୂର୍ବରୁ ପୁରୀରେ ଏକ ବଡ଼ ବନ୍ଧୁକ ରାକେଟର ପର୍ଦ୍ଦଫାସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରଥ ଯାତ୍ରା ପୂର୍ବରୁ ପୁରୀରେ ଏକ ବଡ଼ ବନ୍ଧୁକ ରାକେଟର ପର୍ଦ୍ଦଫାସ । ତେବେ ପୁରୀ ସେବାୟତ ଶିବରାମ ପାତ୍ର ହତ୍ୟାର ତଦନ୍ତ କରୁ କରୁ ପୁଲିସ ହାତରେ ଲାଗିଛି ବେଆଇନ ବନ୍ଧୁକ କାରବାରର ସୁରାଗ। ଏହାର ତଦନ୍ତ ପରେ ୭ ଜଣଙ୍କୁ ଗିରଫ କରିଛି ପୁଲିସ। ଏଥିସହିତ ୪ଟି ବନ୍ଧୁକ ମଧ୍ୟ ସେମାନଙ୍କ ନିକଟରୁ ଜବତ କରାଯାଇଛି। ଏଥିସହ ସେମାନଙ୍କ ନିକଟରୁ କିଛି ନଗଦ ଟଙ୍କା ମଧ୍ୟ ଜବତ କରିଛି ପୁଲିସ।

ଗିରଫ ଅଭିଯୁକ୍ତମାନେ ହେଲେ ୭ଟି ମାମଲାରେ ସଂପୃକ୍ତ ଥିବା ସଦର ଥାନା ଅଞ୍ଚଳ ରେଣ୍ଡାଗଡର ରୁଷିଆ ଓରଫ ରତିକାନ୍ତ ପରିଡା, ଶିରୁଳି ମହାବୀର ଅଞ୍ଚଳର ବିକି ଓରଫ ବିକ୍ରମ ପଣ୍ଡା, ନୟାଗଡ଼ ଖଣ୍ଡପଡ଼ାର ଅଶୋକ ସାହୁ, ୫ ଟି ମାମଲାରେ ସଂପୃକ୍ତ ଥିବା ନୂଆପାଟଣାର ଗୁଡୁ ଓରଫ ରୁଦ୍ରପ୍ରସାଦ ରାଉତ, ହାଡଗୋଡ଼ିଆ ସାହିର ରକି ଓରଫ ହରିଶ୍ଚନ୍ଦ୍ର ପୃଷ୍ଟି, ୬ ଟି ମାମଲାରେ ସଂପୃକ୍ତ ଥିବା ଖାକିମଠ ନୂଆ ସାହିର ଲୋକନାଥ ଦାଶ ଓ ବଉଳମଠ ଲେନର ରଞ୍ଜିତ କୁମାର ମହାନ୍ତି।

Related Posts