ଖଡ଼ଗେଙ୍କ ଭଳି ନେତା ଦଳରେ ପରିବର୍ତ୍ତନ ଆଣିପାରିବେ ନାହିଁ: ଶଶି ଥରୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି। ଏହି ନିର୍ବାଚନ ପାଇଁ ଏବେ ଦଳର ବରିଷ୍ଠ ନେତା ମଳ୍ଲିକାର୍ଜୁନ ଖାଡ଼ଗେ ଏବଂ ସାଂସଦ ଶଶି ଥରୁର ମଇଦାନରେ ଅଛନ୍ତି। ତେବେ ଏହି ଦୁଇ ଭେଟରାନ୍ କଂଗ୍ରେସ ନେତାଙ୍କ ମଧ୍ୟରେ ତୀବ୍ର ଲଢ଼େଇ ହେଉଛି। ପ୍ରଥମେ ପ୍ରାର୍ଥୀ କିଏ ହେବ ସେନେଇ ଦ୍ଵନ୍ଦ ଲାଗି ରହିଥିବା ବେଳେ ଏବେ ଚିତ୍ର ସ୍ପଷ୍ଟ ହୋଇଛି। ଅନ୍ୟପଟେ ଏବେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଆଜି ଶଶି ଥରୁର ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଭଳି ନେତା ଦଳରେ ପରିବର୍ତ୍ତନ ଆଣିପାରିବେ ନାହିଁ। ସେ ଅଧ୍ୟକ୍ଷ ହେଲେ ଦଳରେ ପୁରୁଣା ବ୍ୟବସ୍ଥା ଜାରି ରହିବ। ଯଦି ସେ (ଥରୁର) ନିର୍ବାଚିତ ହୁଅନ୍ତି ତେବେ ଦଳୀୟ କର୍ମୀଙ୍କ ଆଶା ଅନୁଯାୟୀ ପରିବର୍ତ୍ତନ ହେବ ବୋଲି କହିଛନ୍ତି। ଥରୁର କହିଛନ୍ତି ଯେ, ଆମେ ପରସ୍ପର ଶତ୍ରୁ ନୁହଁ କି ଏହା ଏକ ଯୁଦ୍ଧ ମଧ୍ୟ ନୁହଁ। ଏହା ହେଉଛି ଆମ ଦଳର ଭବିଷ୍ୟତ ପାଇଁ ନିର୍ବାଚନ। କଂଗ୍ରେସର ତିନି ବରିଷ୍ଠ ନେତାଙ୍କ ତାଲିକାରେ ଖାଡ଼ଗେ ଆସୁଛନ୍ତି। ହେଲେ ତାଙ୍କ ଭଳି ନେତା ଦଳରେ କୌଣସି ପରିବର୍ତ୍ତନ ଆଣିପାରିବେ ନାହିଁ। ଦଳରେ ସେହି ପରୁଣା ବ୍ୟବସ୍ଥା ଜାରି ରହିବ।

ଅନ୍ୟପଟେ ଆଜି ଥରୁରଙ୍କ ଏହି ବୟାନ ଆସିବା ପୂର୍ବରୁ ଖଡ଼ଗେ କହିଥିଲେ ଯେ, ସେ କହାକୁ ବିରୋଧ କରିବା ପାଇଁ ସେ ଏହି ନିର୍ବାଚନରେ ଅବତୀର୍ଣ୍ଣ ହୋଇ ନାହାନ୍ତି। ବରଂ ଦଳକୁ ସଶକ୍ତ କରିବା ପାଇଁ ଛିଡ଼ା ହୋଇଛନ୍ତି। ତାଙ୍କ ପ୍ରତି ଗାନ୍ଧି ପରିବାରର ସମର୍ଥନ ରହିଥିବା ଧାରଣାକୁ ମଧ୍ୟ ସେ ଖାରଜ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସର ଅନେକ ବରିଷ୍ଠ ଏବଂ ଯୁବ ନେତାଙ୍କ କହିବାନୁସାରେ ହିଁ ମଇଦାନକୁ ଓହ୍ଲାଇଛି।

Related Posts