ଆତଙ୍କି ସଂଗଠନ ଅଲକାଏଦାକୁ ବଡ଼ ଝଟକା; ଆମେରିକାର ଡ୍ରୋନ୍ ମାଡ଼ରେ ଅଲକାଏଦା ମୁଖ୍ୟ ଆୟମାନ ଅଲ୍-ଜଓ୍ୱାହିରୀ ମୃତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆତଙ୍କବାଦୀ ସଂଗଠନ ଅଲକାଏଦାକୁ ବଡ ଝଟକା । ଆମେରିକାର ଡ୍ରୋନ୍ ଆକ୍ରମଣରେ ଅଲକାଏଦାର ମୁଖ୍ୟ ଆୟମାନ ଅଲ୍-ଜଓ୍ୱାହିରୀର ମୃତ୍ୟୁ ହୋଇଛି । ଏନେଇ ଆମେରିକୀୟ ଅଧିକାରୀ ସୂଚନା ଦେଇଛନ୍ତି । ଲାଦେନର ମୃତ୍ୟୁ ପରେ ୨୦୧୧ରୁ ଅୟମାନ ଅଲକାଏଦାର ମୁଖ୍ୟ ନେତା ପାଲଟିଥିଲା । ତେବେ ତାର ମୃତ୍ୟୁ ପରେ ଏହା ଆତଙ୍କବାଦୀ ସଙ୍ଗଠନକୁ ବହୁତ ବଡ ଝଟକା ବୋଲି କୁହାଯାଉଛି ।ଆମେରିକାର ଡ୍ରୋନ ମାଡ଼ରେ ଅଲକାଏଦା ନେତା ଅଲ ଜୱାହିରୀର ମୃତ୍ୟୁ ହୋଇଛି। ଆଫଗାନିସ୍ତାନରେ ଆମେରିକାର ଡ୍ରୋନ ଆକ୍ରମଣରେ ଅଲ ଜୱାହିରୀ ନିହତ ହୋଇଛି । ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ବିଶ୍ବରେ ଆତଙ୍କ ଖେଳାଇ ଆସିଥିବା ଅଲ କାଏଦା ଆତଙ୍କବାଦି ସଂଗଠନର ପ୍ରତିଷ୍ଠାତା ଓସାମା ବିନ ଲାଦେନ ୨୦୧୧ରେ ଆମେରିକାର ଆକ୍ରମଣରେ ନିହତ ହେବା ପରେ ଅଲକାଏଦା ସଂଗଠନ ପାଇଁ ଏହା ଏକ ଝଟକା । ସେହି ଦିନଠାରୁ ଆୟମାନ ଅଲ ଜୱାହିରୀ ଅଲକାଏଦା ସଂଗଠନକୁ ମଜବୁତ କରିବାରେ ଅଣ୍ଟା ଭିଡିଥିଲା। ଏହା ଜଣାପଡିବା ପରେ ଆମେରିକା ପକ୍ଷରୁ ତାଙ୍କ ଠିକଣା ଖୋଜା ଯାଇଥିଲା। ଆୟମାନକୁ ଧରାଇଦେଲେ ବା ତା’ ବିଷୟରେ ସୂଚନା ଦେଲେ ୨୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା।

ସେ ଆଫଗାନିସ୍ତାନରେ ଥିବା ତଥା ସେଠାରେ ରହି ଅଲକାଏଦା ସଂଗଠନକୁ ମଜବୁତ କରୁଥିବା ଜଣାପଡିବା ପରେ ଆମେରିକା ପକ୍ଷରୁ ଅଲକାଏଦାର ଆତଙ୍କବାଦିମାନଙ୍କୁ ଦମନ ପାଇଁ ରବିବାରଠାରୁ ଆଫଗାନିସ୍ତାନର ରାଜଧାନୀ କାବୁଲର ସେରପୁର ଅଞ୍ଚଳରେ ଡ୍ରୋନ ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ଅଲ ଜୱାହିରି ନିହତ ହୋଇଥିବା କୁହାଯାଇଛି ।

Related Posts