ଏସସିବିରେ ପ୍ରାଣ ହାରିଲେ ବିଧାନସଭା ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଦୁଷ୍ମନ୍ତ ଦାସଙ୍କର ଗତ କାଲି ବିଳମ୍ବିତ ରାତିରେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ବୁଧବାର ବିଧାନସଭା ଆଗରେ ହାତ କାଟି ଓ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ଆତ୍ମହତ୍ୟା ଉଦ୍ୟମ କରିଥିଲେ। BSKY କାର୍ଡ ଗ୍ରହଣ ହେଉନଥିବା ଓ SCBରେ ଚିକିତ୍ସା ହେଉନଥିବା ଅଭିଯୋଗ ଆଣିଥିଲେ ଦୁଷ୍ମନ୍ତ।ତେବେ ଗତ କାଲି ବିଳମ୍ବିତ ରାତ୍ରିରେ SCBରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଦୁଷ୍ମନ୍ତ ଦାସ ହେଉଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ।

ସୂଚନା ମୁତାବକ, ଗତବର୍ଷ ମାର୍ଚ୍ଚ ମାସରେ ସଡ଼କ ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିବା ପରେ କଟକ ବଡ଼ ମେଡ଼ିକାଲରେ ଦୁଇ ଦୁଇ ଥର ଅପରେସନ ପରେ କରୋନା ସଂକ୍ରମଣ ଆଳ ଦେଖାଇ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଘରକୁ ପଠାଇଦେଇଥିଲେ । ଏହା ପରେ ପୁଣି ଥରେ ଅସୁସ୍ଥ ହେବାରୁ ପୁଣି ଥରେ ଏସସିବିକୁ ଯାଇଥିଲେ । କିନ୍ତୁ ତାଙ୍କର ଆଡମିଶନ୍ ହୋଇନପାରିବା କାରଣରୁ ଅଗଷ୍ଟ ୨୬ ତାରିଖରେ ଦୁଷ୍ମନ୍ତଙ୍କ ମା ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ମଧ୍ୟ କୌଣସି ସହାୟତା ମିଳି ନଥିବା ସେ ଅଭିଯୋଗ କରିଥିଲେ।

ସୂଚନା ମୁତାବକ , ୨୦୨୦ ମାର୍ଚ୍ଚରେ ସଡ଼କ ଦୁର୍ଘଟଣାରେ ବାମ ଗୋଡ଼ରେ ଗଭୀର କ୍ଷତ ପହଞ୍ଚିବା କାରଣରୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହେବା ସହ ଦୁଇ ଦୁଇ ଥର ଅପରେସନ ବି ହୋଇଥିଲା।

କିନ୍ତୁ ୧୫ ଜୁଲାଇ ୨୦୨୦ରେ କରୋନା ସଂକ୍ରମଣ ଆଳ ଦେଖାଇ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ତାପରେ ଘରେ ଥିବା ସମୟରେ ଅସୁସ୍ଥ ହେବାରୁ ପୁଣି ଥରେ ଏସସିବିକୁ ଯାଇଥିଲେ। କିନ୍ତୁ ତାଙ୍କୁ ସେଠି ଆଡମିଶନ୍ ହୋଇପାରିନଥିବା ସେ ଅଭିଯୋଗ କରିଛନ୍ତି। ଜଗତସିଂପୁର ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଗୁହାରି କରିବା ପରେ ସେ ଏସସିବିକୁ ପଠାଇଥିଲେ ବି ସେଠାରେ ପୁଣି ନିରାଶ ହୋଇ ଫେରିଥିଲେ । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜୁ କୃଷକ କଲ୍ୟାଣ କାର୍ଡରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରାଇଭେଟ୍ ହସ୍ପିଟାଲ୍‌ରେ ଚିକିତ୍ସା ହୋଇପାରିବେ ବୋଲି କହିବା ପରେ ଗତ ଫେବ୍ରୁଆରୀ ୨ରେ ଘରୋଇ ହସ୍ପିଟାଲ୍‌ରେ ଆଡମିଶନ୍ ହୋଇପାରିନଥିଲା । ତେବେ ଗତ କାଲି ମଧ୍ୟାହ୍ନରେ ସେ ବିଷ ପିଇ ହାତ କାଟି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଛି।

Related Posts