କେରଳର ପଲକ୍କଡରେ ଜଣେ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ଭାବରେ ପିଟିପିଟି ହତ୍ୟା କଲେ ଦୁବୃର୍ତ୍ତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେରଳର ପାଲକ୍କଡରେ ଜଣେ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ପିଟିପିଟି କରାଗଲା ହତ୍ୟା । ତେବେ ଆରଏସଏସ ନେତା ଜଣଙ୍କ ପୂର୍ବତନ ଶାରୀରିକ ଶିକ୍ଷା ମୁଖ୍ୟ ଶ୍ରୀନିବାସନ ବୋଲି ଚିହ୍ନଟ କରାଯାଇଛି। ଗୁରୁତର ଆହତ ହୋଇ ଶ୍ରୀନିବାସନଙ୍କୁ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସେପଟେ ଶ୍ରୀନିବାସନଙ୍କୁ ଖଣ୍ଡା ଏବଂ ଅନ୍ୟାନ୍ୟ ଅସ୍ତ୍ରରେ ଆକ୍ରମଣ କରାଯାଇଥିବାର ସୂଚନା ମିଳିଛି । ଶ୍ରୀନିବାସନଙ୍କର ପାଲକ୍କାଡ ଏସ.କେ ମୋଟର୍ସ ନାମକ ଏକ ଦୋକାନ ଅଛି । ଆଜି ଅପରାହ୍ନରେ ସେ ଦୋକାନରେ ଥିବାବେଳେ ତାଙ୍କୁ ବାଇକରେ ପାଞ୍ଚ ଜଣ ଦୁଷ୍କର୍ମକାରୀ ଆକ୍ରମଣ କରିଥିଲେ।

ଆହତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାଏକ ରାଜନୈତିକ ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି। ଅନ୍ୟପଟେ ଏହି ହତ୍ୟାକାଣ୍ଡ ପଛରେ ଏସଡିପିଆଇର ହାତ ଥିବା ବିଜେପି ଅଭିଯୋଗ କରିଛି। ସେପଟେ ପ୍ରତ୍ୟକ୍ଷଦର୍ଶୀ ଭାସୁଦେବନ କହିଛନ୍ତି ଯେ ଆକ୍ରମଣକାରୀଙ୍କ ହାତରେ କୁରାଢ଼ୀ ଥିଲା ଏବଂ ଶ୍ରୀନିବାସନଙ୍କ ଦେହରେ ଘା ’ହୋଇଥିଲା। ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଛି। ରାତି ପ୍ରାୟ ୧ ଟା ସମୟରେ ଏହି ଘଟଣା ଘଟିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଏହି ଗ୍ୟାଙ୍ଗରେ ପାଞ୍ଚଜଣ ଆକ୍ରମଣକାରୀ ଥିଲେ।

ସେମାନେ ତିନିଟି ଗାଡିରେ ଘଟଣାସ୍ଥଳରେ ପହଞ୍ଚି ଦୋକାନରେ ପ୍ରବେଶ କରି ଶ୍ରୀନିବାସନଙ୍କୁ ନିର୍ଦ୍ଦୟ ଭାବରେ ଆକ୍ରମଣ କରିଥିଲେ। ତାଙ୍କ ଦେହରେ ଅନେକ ଚିହ୍ନ ଥିବା ବେଳେ ତାଙ୍କୁ ଛୁରୀ ମଧ୍ୟ ମରାଯାଇଥିଲା । ଶ୍ରୀନିବାସନ୍ ରାଷ୍ଟ୍ରିୟ ସ୍ୱଇଂ ସେବକ ସଂଘର ଶାରୀରିକ ଶିକ୍ଷାର ପୂର୍ବତନ ମୁଖ୍ୟ ଥିଲେ। ଅନ୍ୟପଟେ ଏହାର କିଛି ଘଣ୍ଟା ପୂର୍ବରୁ ନିକଟ ଗ୍ରାମରେ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ର ଜଣେ ନେତାଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଥିଲା। ଶୁକ୍ରବାର ଅପରାହ୍ନରେ ଏକ ମସଜିଦରେ ପ୍ରାର୍ଥନା କରିବା ପରେ ଘରକୁ ଫେରୁଥିବା ବେଳେ ଜିଲ୍ଲାର ଏଲାପାଲିରେ ୪୩ ବର୍ଷୀୟ ସୁବୀରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଥିସହ ଆରଏସଏସ ନେତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବିଜେପି ଅଭିଯୋଗ କରିଛି ଯେ ଶ୍ରୀନିବାସନଙ୍କ ହତ୍ୟା ପଛରେ ପିଏଫଆଇର ରାଜନୈତିକ ୱିଙ୍ଗ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ ରହିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts