ପେଟ୍ରୋଲ ଡିଜେଲ ମହଙ୍ଗା ହେବା ପରେ ଏହି ରାଜ୍ୟରେ ବଢ଼ିଲା ବସ, ଅଟୋ ଭଡ଼ା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବସ ପରେ ବଢ଼ିଲା ଅଟୋ ଭଡ଼ା । ପେଟ୍ରୋଲ-ଡିଜେଲ ଓ ଗ୍ୟାସ ଦର ମହଙ୍ଗା ହେବା ପରେ ଏବେ ପନିପରିବା ଦର ମଧ୍ୟ ମହଙ୍ଗା ହୋଇସାରିଲାଣି । ଆଉ ଏହାପରେ ଏବେ ସାଧାରଣ ଲୋକଙ୍କ ଟେନସନ୍ ପୁଣି ବଢିବାକୁ ଯାଉଛି । କାହିଁକି ନା, ଖୁବଶୀଘ୍ର ବସ, ଅଟୋ ଓ ସାର୍ବଜନୀନ ପରିବହନ ସେବା ମଧ୍ୟ ମହଙ୍ଗା ହେବାକୁ ଯାଉଛି । ଏହି କ୍ରମରେ କେରଳ ସରକାର ପ୍ରଥମେ ନିଜ ରାଜ୍ୟରେ ଅଟୋ, ଟ୍ୟାକ୍ସି ଭଡା ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । କେରଳ ସରକାର ନିଜ ରାଜ୍ୟରେ ଅଟୋ, ଟ୍ୟାକ୍ସି ଓ ପରିବହନ ପାଇଁ ଧାର୍ୟ୍ୟ ହୋଇଥିବା ମୂଲ୍ୟକୁ ବଢାଇ ଦେଇଛନ୍ତି । ଏହି ନୂଆ ଦର ଆସନ୍ତା ମେ ମାସ ପହିଲାରୁ ଲାଗୁ ହେବ । ତେବେ ଅନ୍ୟ ରାଜ୍ୟ ସରକାର ମଧ୍ୟ ଖୁବଶୀଘ୍ର ନିଜ ନିଜ ରାଜ୍ୟରେ ଏହି ଭଡା ବୃଦ୍ଧି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଦିଲ୍ଲୀ, ମୁମ୍ବାଇ ଭଳି ସହରରେ ଗତ କିଛି ଦିନ ହେଲା ସିଏନଜି ଗ୍ୟାସ ଦର ବଢିସାରିଛି । ତେଣୁ ଖୁବଶୀଘ୍ର ଭଡା ବୃଦ୍ଧି ପାଇବା ଏକ ପ୍ରକାର ପକ୍କା ବୋଲି କୁହାଯାଉଛି । କେରଳର ପରିବହନ ମନ୍ତ୍ରୀ ଏଣ୍ଟନୀ ରାଜୁ କହିଛନ୍ତି ଯେ, ସର୍ବନିମ୍ନ ଭଡା ୮ଟଙ୍କାରୁୁ ବଢାଇ ୧୦ ଟଙ୍କା କରିଦିଆଯାଇଛି । ଏହା ସହିତ କିଲୋମିଟର ପ୍ରତି ଭଡା ୯୦ ପଇସାରୁ ବୃଦ୍ଧିି କରାଯାଇ ୧ ଟଙ୍କା କରିଦିଆଯାଇଛି । ଅନ୍ୟପଟେ ଅଟୋର ଭଡା ମଧ୍ୟ ବୃଦ୍ଧି କରାଯାଇଛି । ଏବେ ପ୍ରଥମ ଦୁଇ କିଲୋମିଟର ପାଇଁ ୩୦ ଟଙ୍କା ଲେଖାଏଁ ଆଦାୟ କରାଯିବ । ଏହାପରେ ପ୍ରତି କିଲୋମିଟର ପିଛା ଜଣେ ଯାତ୍ରୀକୁ ୧୫ ଟଙ୍କା ଦେବାକୁ ପଡିବ ବୋଲି କେରଳ ସରକାର ଘୋଷଣା କରିଛନ୍ତି ।

Related Posts