ଆଶା ଭୋସଲେଙ୍କ ଉପରେ ଲଦି ହୋଇ ପଡ଼ିଲା ଦୁଃଖର ପାହାଡ଼

ମୁମ୍ବାଇ: ଆଶା ଭୋସଲେଙ୍କ ଉପରେ ଲଦି ହୋଇ ପଡ଼ିଛି ପୁଣି ଏକ ଦୁଃଖର ପାହାଡ଼ । ନିକଟରେ ବଡ଼ ଭଉଣୀ ତଥା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ହରାଇଥିବା ବେଳେ, ଏବେ ଆଉ ଏକ ଦୁଃଖ ଟଙ୍କା ପକ୍ଷକୁ ମାଡି ଆସିଛି | ଆଶାଙ୍କ ପୁଅ ଆନନ୍ଦ ଭୋସଲେ ଏବେ ଅସୁସ୍ଥ ହୋଇପଡିଛନ୍ତି | ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଆଶା ଭୋସଲେ ଓ ତାଙ୍କ ପୁଅ ଆନନ୍ଦ ଦୁବାଇରେ ଥିବା ବେଳେ ଏହି ଅଘଟଣ ଘଟିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଦୁବାଇରେ ରହୁଥିବା ଆନନ୍ଦଙ୍କର ମୁଣ୍ଡ ବୁଲାଇବା ଯୋଗୁ ସେ ତଳେ ପଡ଼ିଗଲେ। ଏଥିଯୋଗୁ ତାଙ୍କ ମୁଣ୍ଡ ସମେତ ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ତୁରନ୍ତ ତାଙ୍କୁ ଦୁବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ଆନନ୍ଦଙ୍କୁ ଏବେ ନର୍ମାଲ ହସ୍ପିଟାଲ ରୁମ୍‌କୁ ସିଫ୍ଟ କରାଯାଇଛି। ଏବେ ଆନନ୍ଦଙ୍କ ପାଖରେ ତାଙ୍କ ମା’ ଆଶା ଭୋସଲେ ଥିବା ଜଣାଯାଇଛି।

ଆଶା ଭୋସଲେ ପ୍ରଥମେ ଗଣପତରାଓ ଭୋସଲେଙ୍କୁ ବିବାହ କରିଥିବା ବେଳେ ଉଭୟଙ୍କର ୩ ସନ୍ତାନ ଥିଲେ। ସେମାନଙ୍କ ମଧ୍ୟରୁ ବଡ଼ ପୁଅ ତଥା ବଲିଉଡର ସୁନାମଧନ୍ୟ ସିଙ୍ଗର ହେମନ୍ତଙ୍କର ୨୦୧୫ ମସିହାରେ କ୍ୟାନସର ଯୋଗୁ ମୃତ୍ୟୁ ହୋଇ ସାରିଥିବା ବେଳେ ଝିଅ ବର୍ଷା ୨୦୧୨ ମସିହାରେ ଆତ୍ମହତ୍ୟା କରିଥିଲେ। ଏବେ ଆଶା ଭୋସଲେଙ୍କ ଦ୍ୱିତୀୟ ପୁତ୍ର ଆନନ୍ଦ ଜୀବିତ ଅଛନ୍ତି।

ଗଣପାତ୍ରୋ ଭୋସଲେଙ୍କ ପରେ ଆଶା ଆର.ଡି ବର୍ମନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। କିଛି ଦିନ ପୂର୍ବେ ନିଜ ବଡ଼ ଭଉଣୀଙ୍କୁ ହରାଇଥିବା ଦୁଃଖରୁ ବାହାରି ପାରି ନ ଥିବା ଆଶା ଏବେ ପୁଅର ଏପରି ଅବସ୍ଥା ଦେଖି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି | ସେପଟେ ଏହି ଖବର ପୁଣି ପ୍ରଶଂସକ ମାନେ ଶୀଘ୍ର ଆରୋଗ୍ୟ କାମନା ନେଇ ପ୍ରାଥନା କରିଛନ୍ତି |

Related Posts