ପାକିସ୍ତାନରେ ଆତଙ୍କୀ ହମଲା: ୮ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନରେ ଆତଙ୍କୀ ହମଲା | ଦୁଇଟି ଆତଙ୍କବାଦୀ ହମଲାରେ ୮ ଜଣ ପାକିସ୍ତାନୀ ସୈନ୍ୟ ସହିଦ ହୋଇଯାଇଛନ୍ତି | ଉତ୍ତର ୱାଜିରସ୍ତାନରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡି ଉପରକୁ ଆକ୍ରମଣ କରିଥିଲେ | ପ୍ରଥମ ଆତଙ୍କବାଦୀ ହମଲାରେ ୭ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଉତ୍ତର ୱାଜିରସ୍ତାନର ଡାଟାଖେଲା ତହସିଲରେ ଏପରି ଆକ୍ରମଣ ହୋଇଛି। ଏଠାରେ ସୁରକ୍ଷାକର୍ମୀମାନେ ଗାଡ଼ିରେ ଯାଉଥିବା ବେଳେ ଆତଙ୍କବାଦୀଙ୍କ ଆମ୍ବୁସର ଶିକାର ହୋଇଛନ୍ତି। ସେହିପରି ଦ୍ୱିତୀୟ ଆତଙ୍କବାଦୀ ହମଲା ଈଶାମ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହଠାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଜଣେ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି।

ପ୍ରଥମ ଆତଙ୍କୀ ହମଲା ସମ୍ପର୍କରେ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ଡାଟାଖେଳା ଅଞ୍ଚଳଟି ଆଫଗାନିସ୍ତାନ ସୀମାରେ ଅବସ୍ଥିତି। ଏହି ଅଞ୍ଚଳରେ ସୁରକ୍ଷାକର୍ମୀମାନେ ପ୍ୟାଟ୍ରୋଲିଂ କରୁଥିବା ବେଳେ ସେମାନଙ୍କୁ ଟାର୍ଗେଟ କରି ରକେଟ ଲଞ୍ଚର ଓ ଗ୍ରେନେଡ ମାଡ଼ କରାଯାଇଥିଲା। ଏଥିସହ ଆସଲ୍ଟ ବନ୍ଧୁକରେ ମଧ୍ୟ ହମଲା କରାଯାଇଥିଲା। ଏହି ଆମ୍ବୁସ ଯୋଗୁ ଗାଡ଼ିରେ ଥିବା ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ କରାଯାଇଛି। ଏପରି କି ଗୁଳି ବିନିମୟ ହୋଇଛି। କିନ୍ତୁ ଆତଙ୍କବାଦୀଙ୍କ ମୃତାହତ ସମ୍ପର୍କରେ କୌଣସି ପ୍ରକାରର ସୂଚନା ମିଳିନି।

ସେହିପରି ଈଶାମ ଅଞ୍ଚଳରେ କିଛି ଆତଙ୍କୀ ଲୁଚି ରହିଥିବା ଖବର ମିଳିବା ପରେ ଦମନ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅପରେସନ ବେଳେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି |

Related Posts