ମୋଦି ମିତ୍ର ଙ୍କ ପାଇଁ ଆସିଛି ନୂଆ ଜଙ୍ଗଲ ଅଧିକାର ଆଇନ : ରାହୁଲ ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାର ଙ୍କ ନୂଆ ଜଙ୍ଗଲ ଅଧିକାର ଆଇନ କୁ ବିରୋଧ କରିଛନ୍ତି। ଶ୍ରୀ ଗାନ୍ଧୀ କହିଛନ୍ତି ଏହି ଆଇନରେ ଜଙ୍ଗଲର ଅଧିବାସୀ ମାନଙ୍କର ଅଧିକାର କୁ ଛଡାଇ ନିଆଯାଇଛି। ଜଙ୍ଗଲ ସଂରକ୍ଷଣ ନିୟମ ୨୦୨୨ ରେ କିପରି ଜଙ୍ଗଲ ଜମି କୁ ସହଜ ରେ ଛଡାଇ ନିଆଯାଇପାରିବ ସେ ପଦକ୍ଷେପ ନିଆଯାଇଛି । କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ମାନଙ୍କୁ ଆଖି ଆଗରେ ରଖି ଏହି ଆଇନ ପରିବର୍ତ୍ତନ କରାଯାଇଥିବା ରାହୁଲ କହିଛନ୍ତି। ଦେଶରେ ବର୍ତ୍ତମାନ ମୋଦି ମିତ୍ର ସରକାର ଚାଲିଛି ଓ ମୋଦି ତାଙ୍କ ମିତ୍ର ମାନଙ୍କ ପାଇଁ କିପରି ସହଜ ରେ ଜଙ୍ଗଲ ଜମି ଛଡାଇ ନେବେ ସେଥିପାଇଁ କଂଗ୍ରେସ ସରକାର କରିଥିବା ଜଙ୍ଗଲ ଅଧିକାର ଆଇନ ୨୦୦୬ କୁ ବଦଳାଇ ଦେଇଛନ୍ତି ବୋଲି ରାହୁଲ କହିଛନ୍ତି।
ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଜଳ, ଜଙ୍ଗଲ ଓ ଜମି ର ସୁରକ୍ଷା ପାଇଁ କଂଗ୍ରେସ ସବୁବେଳେ ଆଦିବାସୀ ଭାଇ ଭଉଣୀ ମାନଙ୍କ ସହ ଦୃଢ଼ ଭାବରେ ଛିଡା ହୋଇଛି। କେନ୍ଦ୍ର ସରକାର ଆଦିବାସୀ ଅଧିକାରର ସୁରକ୍ଷା ଦିଗରେ ଦାୟିତ୍ବହୀନ ଭାବେ କାର୍ଯ୍ୟ କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଦଳର ନେତାମାନେ ଅଭିଯୋଗ କରିଛନ୍ତି ଯେ ନୂତନ ଜଙ୍ଗଲ ସଂରକ୍ଷଣ ନିୟମ କୋଟି କୋଟି ‘ଆଦିବାସୀ’ ଏବଂ ଜଙ୍ଗଲ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କୁ ଅକ୍ଷମ କରିଦେବ।

ଖବର ଅନୁଯାୟୀ,ନୂଆ ଜଙ୍ଗଲ ଅଧିକାର ନିୟମ ଅନୁଯାୟୀ ଏଣିକି ଘରୋଇ ସଂସ୍ଥା ମାନେ ଜଙ୍ଗଲବାସୀ ମାନଙ୍କ ସମ୍ମତି ନନେଇ ଜଙ୍ଗଲ କାଟି ପାରିବେ। ଏହା ଦ୍ବାରା ଜଙ୍ଗଲବାସି ଙ୍କର ଅଧିକାର ଛଡାଇ ନିଆଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି।

Related Posts