୪୫ ଦିନରେ ଡିଆରଡିଓ ନିର୍ମାଣ କଲା ୭ ମହଲା କୋଠା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୪୫ ଦିନରେ ଡିଆରଡିଓ ନିର୍ମାଣ କଲା ୭ ମହଲା କୋଠା । ବେଙ୍ଗାଲୋର ଠାରେ ବୈମାନିକ ବିକାଶ ପ୍ରତିଷ୍ଠାନର ଉଙ୍ଗାଣ ନିୟନ୍ତ୍ରଣ ପ୍ରଣାଳୀର ବ୍ୟବହାର କରାଯାଇ ଏହି କୋଠା ନିର୍ମାଣ ହୋଇଥିବା କଥା କୁହାଯାଇଛି । ଏହି କୋଠାରେ ଭାରତୀୟ ବାୟୁସେନା ତରଫରୁ ପଞ୍ଜମ ପୀଢି ପାଇଁ ଯୁଦ୍ଧ ବିମାନ ବିକଶିତ ଓ ଅନୁସନ୍ଧାନ କରିବର ସମସ୍ତ ସୁବିଧା ଉପଲବ୍ଧ କରାଯାଇଛି ।

ଡିଆରଡିଓର ଜଣେ ଅଧିକାରୀ କହିଛନ୍ତି କି ବେଙ୍ଗାଲୋରର ଏଡିଇରେ ବିମାନ ନିୟନ୍ତ୍ରଣ ବ୍ୟବସ୍ଥା ପାଇଁ ହାଇବ୍ରିଡ ଟେକ୍ନୋଲୋଜୀ ମାଧ୍ୟମରେ ମାତ୍ର ୪୫ ଦିନ ମଧ୍ୟରେ ଏହି ୭ ମହଲା କୋଠା ନିର୍ମାଣ କରାଯାଇଛି । ସେ ଆହୁରି କହିଛନ୍ତି କି ଏହି କମ୍ପେ୍ଲକ୍ସ ଉନ୍ନତ ମଧ୍ୟମ ଯୁଦ୍ଧ ବିମାନ ପ୍ରକଳ୍ପ ଅଧିନରେ ଯୁଦ୍ଧ ବିମାନ ଓ ବିମାନ ନିୟନ୍ତ୍ରଣ ପ୍ରଣାଳୀ ପାଇଁ ନୂତନ ମାନଦଣ୍ଡର ବିକାଶକୁ ସୁଗମ କରିବ ।

Related Posts