କେନ୍ଦ୍ରାପଡ଼ା ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ଯାତ୍ରୀବାହୀ ବସ୍‌ ଓ ଜେସିବି ମୁହାଁମୁହିଁ ଧକ୍କା; ୧୨ ଜଣ ଯାତ୍ରୀ ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗଣ୍ଡାକି‌ଆ ରାସ୍ତାର ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା | ଏକ ଯାତ୍ରୀବାହୀ ବସ୍‌ ଓ ଜେସିବି ମୁହାଁମୁହିଁ ଧକ୍କା ହୋଇଛି | ଫଳରେ ଏହି ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି |

ତେବେ ଆହତମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଆଜି ସକାଳେ ବସ୍‌ଟି ଗଣ୍ଡାକି‌ଆରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ବୀପରିତ ଦିଗରୁ ଆସୁଥିବା ଜେସିବି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏନେଇ ଖବର ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ | ପରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ବସ୍‌ରେ ଡ୍ରାଇଭର ସମେତ ୫୦ରୁ ଅଧିକ ଯାତ୍ରୀ ଥିଲେ। ହେଲେ ଦୁର୍ଘଟଣାରେ ଜେସିବି ଡ୍ରାଇଭରର କିଛି ହୋଇ ନାହିଁ। ପୁଲିସ ବସ୍ ଓ ଜେସିବିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Related Posts