ଓଲଟି ପଡିଲା ପୁରୀରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ବସ୍: 35 ଯାତ୍ରୀ ଗୁରୁତର

ପିପିଲି: ପୁରୀରୁ ଭୁବନେଶ୍ୱର ରାସ୍ତାରେ ଦୁର୍ଘଟନା । ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ପ୍ରାୟ ୩୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାର ଖବର ମିଳିଛି।

ସୂଚନା ଅନୁଯାୟୀ, ପୁରୀରୁ ଶତାଧିକ ଯାତ୍ରୀଙ୍କୁ ନେଇ ନେଇ ଫେରୁଥିବା ବେଳେ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ ମିନିଟ୍ ସମୟରେ ସାତଶଙ୍ଖର ଯଶୁଆପୁରଠାରେ ସାରଳା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ବସଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ଏହାଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୩୫ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ରାଜଧାନୀର କ୍ୟାପିଟାଲ୍ ହସ୍ପିଟାଲ, ପିପଲି, ମଙ୍ଗଳପୁର ଓ ସାକ୍ଷୀଗୋପାଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଓଭରଲୋଡିଂ କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି ।

Related Posts