ନିଜସହ ଥିବା ୧୫ ବିଧାୟକଙ୍କୁ ଚିଠି ଲେଖି ଧନ୍ୟବାଦ ଦେଲେ ଉଦ୍ଧବ ଠାକରେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ର ରେ ଉଦ୍ଧବ ସରକାର ଭାଙ୍ଗିଛି ଓ ଏକନାଥ ସିନ୍ଦେ ନୂତନ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ରାଜ୍ୟ ରେ ଜାରି ରହିଥିବା ରାଜନୈତିକ ହଲଚଲ ମଧ୍ୟରେ ଉଦ୍ଧବ ଠାକରେ ନିଜ ସହଥିବା ୧୫ ବିଧାୟକ ଙ୍କୁ ଚିଠି ଲେଖି ଧନ୍ୟବାଦ ଦେଇଛନ୍ତି । ଏଭଳି କଠିନ ସମୟ ରେ କୌଣସି ଧମକ କୁ ଖାତିର ନକରି କୌଣସି ଚାପ ଆଗରେ ଆତ୍ମସମର୍ପଣ ନକରି ତାଙ୍କ ସହ ରହିଥିବାରୁ ଉଦ୍ଧବ ସେମାନଙ୍କୁ ଧନ୍ୟବାଦ୍ ଦେଇଛନ୍ତି।

ସୂଚନା ଅନୁସାରେ ମହା ବିକାଶ ଅଗାଡି ସରକାର ରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ନିଜ ଦଳର ଏକନାଥ ସିନ୍ଦେ ତାଙ୍କ ବିରୋଧ ରେ ବିଦ୍ରୋହ ଘୋଷଣା କରିଥିଲେ ଓ ନିଜ ସହ ଶିବସେନା ରେ ବିଧାୟକ ଙ୍କୁ ନେଇ ମହା ବିକାଶ ଅଗାଡି ସରକାର କୁ ଅଳ୍ପମତ କୁ ନେଇ ଆସିଥିଲେ। ପରେ ଉଦ୍ଧବ ଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ଓ ଜୁନ ୩୦ ରେ ଏକନାଥ ସିନ୍ଦେ ବିଜେପି ସହ ମିଶି ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ।

Related Posts