ସ୍ୱାଧୀନ ଭାରତରେ ଧର୍ମ ଆଧାରରେ ଏକ ଦେଶ ଗଠନ କରାଯାଇଛି; ସେମାନେ ସେଠାକୁ ଯିବା ଉଚିତ: ପ୍ରଜ୍ଞା ସିଂହ ଠାକୁର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଶାସକ ଦଳର ବୁଲଡୋଜର ନୀତିକୁ ନେଇ ରାଜନୀତି ବେଶ ସରଗରମ ହୋଇ ଉଠିଛି । ଏନେଇ କେନ୍ଦ୍ର ସରକାରଙ୍କୁ ବାରମ୍ବାର ବିରୋଧୀ ଟାର୍ଗେଟ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । କିଏ ଅଳ୍ପସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି ବୋଲି କହୁଛି ତ ଆଉ କିଏ ଏହା ସମର୍ଥନରେ ବାହାରିଛି । ଏହା ମଧ୍ୟରେ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ସରକାରଙ୍କ ବୁଲଡୋଜର ନୀତିକୁ ବିରୋଧ କରୁଥିବା ଲୋକଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ସ୍ୱତନ୍ତ୍ର ଭାରତରେ ଧର୍ମକୁ ଆଧାର କରି ତାଙ୍କ ପାଇଁ ଏକ ଦେଶ ତିଆରି କରାଯାଇଛି । ସେମାନେ ସେଠାକୁ ଚାଲଯାଆନ୍ତୁ । ଏହି ଦେଶରେ ହିନ୍ଦୁମାନଙ୍କର ଉପାସନା କରିବାର ସ୍ୱାଧୀନତା ରହିଛି । ଏଥିପାଇଁ ଆମେ କିଛି ବି କରିପାରିବା ବୋଲି ପ୍ରଜ୍ଞା ସିଂହ ଠାକୁର କହିଛନ୍ତି । ତାଙ୍କର ବୟାନ ସାମ୍ନାକୁ ଆସିବା ପରେ ଏହା ସାରା ଦେଶରେ ଚର୍ଚ୍ଚା ବିଷୟ ପାଲଟିଛି । କେବଳ ଏତିକି ନୁହେଁ ବରଂ ହିନ୍ଦୁମାନଙ୍କର ଝିଅମାନଙ୍କୁ ନେଇ ଧର୍ମ ପରିବର୍ତ୍ତନ କରାଯାଉଛି । ଯେଉଁଠି ତାଙ୍କର ସମଗ୍ର ସମାଜ ସେମାନଙ୍କୁ ସମର୍ଥନ କରୁଛି । ଯେତେବେଳେ ଆମେ ପୂଜା କିମ୍ବା ଶୋଭାଯାତ୍ରା କରୁ ସେତେବେଳକୁ ଆମ ଉପରକୁ ଆକ୍ରମଣ ହୋଇଥାଏ । ସ୍ୱାଧୀନ ଭାରତରେ ଧର୍ମ ଆଧାରରେ ଏକ ଦେଶ ଗଠନ କରାଯାଇଛି ।

ସେମାନେ ସେଠାକୁ ଯିବା ଉଚିତ, କିନ୍ତୁ ଏହି ଦେଶ ହେଉଛି ସନାତନୀମାନଙ୍କର ଏବଂ ଏଠାରେ ସନାତନୀ ହିଁ ରହିବେ । ହିନ୍ଦୁମାନଙ୍କର ଉପାସନା କରିବାର ଅଧିକାର ଅଛି ଏବଂ ରହିବ, ଆମେ ଏଥିପାଇଁ କିଛି କରିପାରିବା । ଅନ୍ୟପଟେ ସାଧବୀ ପ୍ରୟାଗ ସିଂ ଠାକୁରଙ୍କ ଏହି ବିବୃତ୍ତିରେ ଲୋକମାନେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ସୁମିତ ନାମକ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ‘ସାଧବୀ ପ୍ରଜ୍ଞା ସିଂ ଠାକୁର ଜୀ, ଯଦି ମୁସଲମାନମାନେ ଚାଲିଯାଆନ୍ତି, ତେବେ ଆପଣ ରାଜନୈତିକ ରୁଟି ସେକିବା ବନ୍ଦ ହୋଇଯିବ, ନିର୍ବାଚନରେ ଜିତିବା କଷ୍ଟକର ହେବ। ଏହାକୁ ଧ୍ୟାନରେ ରଖିବାକୁ ହେବ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts