୪୯ ବର୍ଷରେ ପାଦ ଥାପିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

ମୁମ୍ବାଇ: ଆଜି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଜନ୍ମଦିନ। ୪୯ ବର୍ଷରେ ପାଦ ଦେଇଛନ୍ତି କ୍ରିକେଟ୍‌ ଗଡ୍। ସଚିନ କ୍ରିକେଟ ଇତିହାସରେ ଜଣେ କମ୍ବଦନ୍ତୀ ଖେଳାଳି। ବ୍ୟକ୍ତିତ୍ୱ ଯେମିତି କ୍ରିକେଟ୍‌କୁ ତାଙ୍କ ଅବଦାନ ବି ସେମିତି। ସେ କେବଳ ଭାରତରେ ନୁହେଁ ବିଦେଶରେ ବି ଜଣେ ଷ୍ଟାର। ଅନେକ କ୍ରିକେଟରଙ୍କର ସିଏ ରୋଲ୍ ମଡେଲ୍। ସଚିନଙ୍କ ଭଳି ବୋଧ ହୁଏ ଅନ୍ୟ କୌଣସି ଖେଳାଳି ଏତେ ସମ୍ମାନ ଓ ଭଲାଇପାବା ପାଇପାରି ନହାଁନ୍ତି।ଭାରତୀୟ କ୍ରିକେଟର ନିର୍ବିବାଦୀୟ ରାଜା ଯଦି କେହି ହୁଅନ୍ତି, ତେବେ ସେ ହେଉଛନ୍ତି ସଚିନ ତେନ୍ଦୁଲକର । ବିଶ୍ବ କ୍ରିକେଟରେ ରହିଛନ୍ତି ଦୁଇ ପ୍ରକାରର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ବନାମ ଅନ୍ୟମାନେ । ସଚିନ କେବଳ ଜଣେ କ୍ରିକେଟର ନୁହଁନ୍ତି ବରଂ ଅଗଣିତ କ୍ରିକେଟପ୍ରେମୀଙ୍କ ଆବେଗ । ଅନେକ କ୍ରିକେଟ ଖେଳିବା ପରେ ପ୍ରଭାବୀ ପ୍ରଦର୍ଶନ ଦ୍ବାରା ପରିଚିତ ହୋଇଛନ୍ତି, ମାତ୍ର ସଚିନ, କ୍ରିକେଟକୁ ସର୍ବତ୍ର ପହଞ୍ଚାଇଛନ୍ତି ।

୧୯୭୩ ମସିହା ଆଜିର ଦିନରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ସଚିନ । ମୁମ୍ବାଇ ସହରରେ ଜନ୍ମ ନେଇଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର 1989 ମସିଆରେ ମାତ୍ର 16 ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ । ପ୍ରଥମ ମ୍ୟାଚ ସେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । 24 ବର୍ଷର ଲମ୍ବା କ୍ରିକେଟ କ୍ୟାରିଅରରେ ସେ 6 ଟି ବିଶ୍ବକପ ଖେଳିବାକୁ ସକ୍ଷମ ହୋଇ ପାରିଥିଲେ ।

ଦୀର୍ଘ ୨୪ ବର୍ଷର କ୍ରିକେଟ୍ କ୍ୟାରିୟର ଭିତରେ ସଚିନ ତେନ୍ଦୁଲକର କେତେ କେତେ ରେକର୍ଡ ଭାଙ୍ଗିଛନ୍ତି ,କେତେ ରେକର୍ଡ ତିଆରି କରିଛନ୍ତି। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଏହି କ୍ରିକେଟ୍ ଆଇକନ୍‌ଙ୍କର ରେକର୍ଡ ଉପରେ ଟିକେ ନଜର ପକାଇ ନେବା।

ଦିନିକିଆ କ୍ରିକେଟ୍‌ରେ ରେକର୍ଡ

୧. ଅନ୍ତର୍ଜାତୀୟ ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ପ୍ରଥମ କ୍ରିକେଟର।
୨.ସର୍ବାଧିକ ଶତକ ହାସଲକାରୀ (୪୯ ଶତକ)
୩. ସର୍ବାଧିକ ଅର୍ଦ୍ଧଶତକ ହାସଲକାରୀ(୯୬)
୪.ସର୍ବାଧିକ ଥର ୧୫୦ରୁ ଅଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍(୫ଥର)
୫. ୧୯୯୮ ମସିହାର କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍ ହାସଲକାରୀ (୧,୮୯୪ ରନ୍)
୬. ୧୯୯୮ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଶତକ ହାସଲକାରୀ ବ୍ୟାଟର(୯ଟି)
୭. ଗୋଟିଏ ଟିମ୍ ବିପକ୍ଷରେ ସର୍ବାଧିକ ଦିନିକିଆ ଶତକ ହାସଲର ରେକର୍ଡ(ଅଷ୍ଟ୍ରେଲିଆ ବିପକ୍ଷରେ ୯ ଶତକ)
୮.ସର୍ବାଧିକ ଚୌକା ମାରିଥିବା ବ୍ୟାଟର(୨.୦୧୬ ଟି)
୯.ସର୍ବାଧିକ ଦିନିକିଅ ମ୍ୟାଚ୍ ଖେଳିଥିବା ବ୍ୟାଟର(୪୬୩ ଟି)
୧୦. ଓଡିଆଇରେ ପ୍ରଥମ ଖେଳାଳି ଭାବେ ୧୦ ହଜାର ରନ ପୂରଣ(୧୮୪୨୬ ରନ୍)
୧୧. ସର୍ବାଧିକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହାସଲକାରୀ(୬୨ ଥର)
୧୨.ବିଶ୍ୱକପ୍‌ ମ୍ୟାଚ୍‌ଗୁଡ଼ିକରେ ସର୍ବାଧିକ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ ହାସଲକାରୀ(୯)
୧୩. ସର୍ବାଧିକ ମ୍ୟାନ୍‌ ଅଫ୍‌ ଦି ସିରିଜ୍ ଆୱାର୍ଡ(୧୫)
୧୪. ସଚିନ ୭ ଥର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ରୁ ଅଧିକ ରନ୍ କରି ବିଶ୍ୱ ରେକର୍ଡ କରିଛନ୍ତି। ସେହି ବର୍ଷଗୁଡ଼ିକ ହେଲା- ୧୯୯୪,୧୯୯୬,୧୯୯୭, ୧୯୯୮,୨୦୦୦, ୨୦୦୩, ଏବଂ ୨୦୦୭।
୧୫. ରାହୁଲ ଦ୍ରାଭିଡ଼ଙ୍କ ସହିତ ପ୍ରଥମ ସର୍ବାଧିକ ଦିନିକିଆ ପାର୍ଟନର୍ସିପ (ହାଇଦ୍ରାବାଦରେ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ୩୩୧ ରନ୍‌ର ପାର୍ଟନର୍ସିପ ୧୯୯୯ ନଭେମ୍ବର ୯)। ଏହି ମ୍ୟାଚ୍‌ରେ ସଚିନ ୧୮୬ ରନ୍‌ କରିଥିବା ବେଳେ ଡ୍ରାଭିଡ୍ ୧୫୩ ରନ୍ କରିଥିଲେ।

ଟେଷ୍ଟ ରେକର୍ଡ୍ସ

୧. ଟେଷ୍ଟରେ ଇତିହାସରେ ସର୍ବାଧିକ ଶତକ (୫୧)
୨. ବିଶ୍ୱର ପ୍ରଥମ ଓ ଏକ ମାତ୍ର କ୍ରିକେଟର ଯିଏ ଟେଷ୍ଟରେ ୫୦ ଶତକ ହାସଲ କରିଛନ୍ତି। ୨୦୧୦ ଡିସେମ୍ବର ୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିୟନ୍‌ରେ ସୁପରସ୍ପୋର୍ଟ୍ସ ପାର୍କରେ ଖେଳାଯାଉଥିବା ମ୍ୟାଚରେ ସେ ଏହି ରେକର୍ଡ କରିଥିଲେ।
୩. ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍(୧୫୯୨୧)
୪. ସବୁଠାରୁ କମ୍ ଇନିଂସରେ ଟେଷ୍ଟ କ୍ରିକେଟ୍‌ରେ ୧୦ ହଜାର ରନ ପୂରଣ(୧୯୫ ଇନିଂସ୍)।
୫. ଟେଷ୍ଟ କ୍ରିକେଟ୍‌ରେ ୧୨ ହଜାର ରନ ପୂରା କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍(୧୫୯୨୧ ରନ୍)।
୬. ସର୍ବାଧିକ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟ୍ ଖେଳିଥିବା କ୍ରିକେଟର (୨୦୦)।
୭. ଜଣେ ଭାରତୀୟ ବ୍ୟାଟର ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟେଷ୍ଟରେ ଶତକ ହାସଲକାରୀ ବ୍ୟାଟର (୭ଟି)।
୮.ଟେଷ୍ଟ କ୍ରିକେଟର୍‌ରେ ସର୍ବାଧିକ ଥର ୧୫୦ରୁ ଅଧିକ ରନ ସଂଗ୍ରହକାରୀ ବ୍ୟାଟର(୨୦ ଥର)।
୯. ଜଣେ ଭାରତୀୟ ଖେଳାଳି ଭାବେ ସର୍ବାଧିକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆୱାର୍ଡ ଜିତିଥିବା ବ୍ୟାଟର(୧୪)।
୧୦. ଗୋଟିଏ କ୍ୟାଲେଣ୍ଡର ବର୍ଷ ପାଇଁ ସର୍ବାଧିକ ଥର ୧୦୦୦ରୁ ଅଧିକ ରନ୍ କରି ବିଶ୍ୱ ରେକର୍ଡ କରିଥିବା ବ୍ୟାଟର- (୧୯୯୭,୧୯୯୯,୨୦୦୧,୨୦୦୨,୨୦୦୮ ଏବଂ ୨୦୧୦)।
୧୧. ପ୍ରଥମ ଭାରତୀୟ ଟେଷ୍ଟ କ୍ୟାପ୍ଟେନ୍ ଭାବେ ସର୍ବାଧିକ ୨୧୭ ରନ୍‌ କରିଥିବା ରେକର୍ଡ(୧୯୯୯)। ପରେ ୨୦୧୩ରେ ଏହି ରେକର୍ଡ ଭାଙ୍ଗି ଅଷ୍ଟ୍ରେଲିଆ ବିପକ୍ଷେ ୨୨୪ ରନ୍ କରିଥିଲେ।
୧୨. ଟେଷ୍ଟରେ ଶତକ ହାସଲ କରିଥିବା ସର୍ବ କନିଷ୍ଠ ବ୍ୟାଟର।(୧୭ ବର୍ଷରେ ଶତକ ହାସଲ)।
୧୩. ଟେଷ୍ଟ କ୍ରିକେଟ୍‌ରେ ଜଣଙ୍କ ସହିତ ସର୍ବାଧିକ ଶତକ ହାସଲ କରିଥିବା ରେକର୍ଡ।(ସଚିନ-ଡ୍ରାଭିଡ୍ ୧୯ରୁ ଅଧିକ ଶତକ)
୧୪. ବିଦେଶରେ ସର୍ବାଧିକ ଟେଷ୍ଟ ଶତକ(୨୯)
୧୫.ଗ୍ରାହମ ଗୁଚ୍‌ଙ୍କ ବ୍ୟତୀତ ସଚିନ ଏକମାତ୍ର ଖେଳାଳି ଯିଏ ୩୫ ବୟସ ପରେ ବି ୧୨ଟି ଶତକ ହାସଲ କରିଛନ୍ତି।
୧୬.ବିଶ୍ୱର ପ୍ରଥମ ଖେଳାଳି ଯିଏ ୨୦୦ ଟେଷ୍ଟ ମ୍ୟାଚ୍ ଖେଳିବାର ଗୌବର ହାସଲ କରିଛନ୍ତି।

ଅନ୍ୟାନ୍ୟ ରେକର୍ଡ

୧. ବିଶ୍ୱର ପ୍ରଥମ ଖେଳାଳି ଯିଏ ୨୦ ବର୍ଷ ହେବା ପୂର୍ବରୁ ଟେଷ୍ଟରେ ୫ଟି ଶତକ ହାସଲ କରିସାରିଥିଲେ।
୨. ବିଶ୍ୱର ପ୍ରଥମ ଖେଳାଳି ଯିଏ ବିଶ୍ୱକପ୍‌ ମ୍ୟାଚ୍‌ରେ ୨୦୦୦ରୁ ଅଧିକ ରନ୍ କରିଛନ୍ତି(୨୨୭୮)।
୩. ଗୋଟଏ ବିଶ୍ୱକପ୍‌ରେ ସର୍ବାଧିକ ରନ୍(୬୭୩ ରନ୍ ମସିହା ୨୦୦୩)
୪.ଦିନିକିଆରେ ୧୫ ହଜାରରୁ ଅଧିକ ରନ୍ କରିଥିବା ୧୫୦ରୁ ଅଧିକ ୱିକେଟ୍ ନେଇଥିବା ପ୍ରଥମ କ୍ରିକେଟର।
୫. ୫୦ ଅନ୍ତର୍ଜାତୀୟ ଶତକ ହାସଲକାରୀ ପ୍ରଥମ ବ୍ୟାଟର(ଟେଷ୍ଟ/ଦିନିକିଆ)
୬. ପ୍ରଥମ ବ୍ୟାଟର ୬୦ ଅନ୍ତର୍ଜାତୀୟ ଶତକହାସଲକାରୀ(ଟେଷ୍ଟ/ଦିନିକିଆ)
୭. ୭୦ ଅନ୍ତର୍ଜାତୀୟ ଶତକ ହାସଲ କରିଥିବା ଏକମାତ୍ର ବ୍ୟାଟର(ଟେଷ୍ଟ/ଦିନିକିଆ)।
୮.୩୦ ହଜାର ଅନ୍ତର୍ଜାତୀୟ ରନ୍ ପୂରା କରିଥିବା ଏକମାତ୍ର କ୍ରିକେଟର(ଟେଷ୍ଟ/ଦିନିକିଆ)।
୯. ରଣଜୀ ଟ୍ରଫି, ଦୁଲୀପ ଟ୍ରଫି ଓ ଇରାନୀ ଟ୍ରଫିର ଡେବ୍ୟୁ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଏକମାତ୍ର ଖେଳାଳି ହେବାର ଗୌରବ।
୧୦. ବିଶ୍ୱକପ୍‌ରେ ସର୍ବାଧିକ ଶତକ(୬)।
୧୧. ବିଶ୍ୱକପ୍‌ରେ ଖେଳିଥିବା ମ୍ୟାଚ୍‌ରେ ସଚିନ ୨୧ ଥର ଅର୍ଦ୍ଧଶତକ ରନ୍‌ ପାର କରିଛନ୍ତି(ବିଶ୍ୱକପ୍‌ରେ ୬ ଶତକକୁ ମିଶାଇ

Related Posts