ସୁଦୂର ରୁଷିଆର ଗୋଟେ କମ୍ପାନୀ ହିମାଚଳ ପ୍ରଦେଶରେ ଟିକା ଉତ୍ପାଦନର ଭିତ୍ତିଭୂମି ଖୋଜିପାରିଲା କିନ୍ତୁ କେନ୍ଦ୍ର ସରକାର ପାରିଲେ ନାହଁ: ଦିଲ୍ଲୀ ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ବର୍ତ୍ତମାନ ସାରା ଦେଶରେ କରୋନା ହୁ ହୁ ହୋଇ ବ୍ୟାପିବାରେ ଲାଗିଛି । ତେବେ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଋଷିଆ ହିମାଚଳ ପ୍ରଦେଶ ଠାରେ ଟୀକାର ଭିତ୍ତିଭୂମି ଖୋଜିବାରେ ସଫଳ ହୋଇଛନ୍ତି । ଅପରିପକ୍ଷେ କେନ୍ଦ୍ର ଏହି ଭିତ୍ତିଭୂମିକୁ ଖୋଜିବାରେ ବିଫଳ ହୋଇଥିଲେ । ଏନେଇ ଦିଲ୍ଲୀ ହାଇକୋର୍ଟ ସମସ୍ତଙ୍କୁ ଅବଗତ କରିଛନ୍ତି । କେବଳ ଏତିକି ନୁହେଁ ବରଂ ଟୀକା ପ୍ରସ୍ତୁତ କରିବା ପାଇଁ ଯଦି ସରକାରଙ୍କ ଠାରୁ ଅନୁମତି ମିଳିଯାଏ ତାହାଲେ ପାନେସିଆ ବାୟୋଟେକକୁ 14 କୋଟି ଟଙ୍କା ଛାଡ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସ୍ପୁଟନିକ୍-ଭି ଟିକା ବିକ୍ରୟରୁ 20 ପ୍ରତିଶତ ଅର୍ଥ ହାଇକୋର୍ଟ ରେଜିଷ୍ଟ୍ରିରେ ଜମା ରହିବ ବୋଲି ଏକ ଡିଭିଜନ୍ ବେଞ୍ଚ କହିଛନ୍ତି । ଅନ୍ୟପଟେ
ଇଣ୍ଡିଆର ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ କହିବା ଅନୁସାରେ କରୋନା ଲଢେଇରେ ସମସ୍ତଙ୍କୁ ଜିତିବାକୁ ହେଲେ ପ୍ରତ୍ୟେକ ଭାରତୀୟଙ୍କୁ ଭାକ୍ସିନ ନେବା ପାଇଁ ପଡ଼ିବ ।

କିନ୍ତୁ ବର୍ତ୍ତମାନ ଭାରତରେ ପର୍ଯ୍ୟାପ୍ତ ଭାକ୍ସିନ ନାହିଁ ବୋଲି ତୁଷାର ମେହେଟ୍ଟା କହିଛନ୍ତି । ତେବେ 2019 ରେ ପାନାସେ ବାୟୋଟେକ୍ ଦ୍ବାରା ପ୍ରଦାନ କରାଯାଇଥିବା ଟଙ୍କାର ମୁକ୍ତ ଆବେଦନ ଉପରେ କୋର୍ଟ ପର୍ଯ୍ୟବେକ୍ଷଣ କରି ନିର୍ଦ୍ଦେଶ ଦେଇଛନ୍ତି। ଯାହାକି ଇନ୍‌ଫ୍ଲୁଏଞ୍ଜା ଟିକା ଉତ୍ପାଦନ ସହ ଜଡିତ ଥିବା 2010 ରେ ଏକ ଆର୍ବିଟାଲ୍ ଟ୍ରିବ୍ୟୁନାଲ୍ । ଅନ୍ୟପଟେ ଏହାକୁ ପ୍ରଦାନ କରାଯାଇଥିବା ଟଙ୍କାରେ ଯଦି କମ୍ପାନୀ ଦ୍ରୁତ ଗତିରେ ସ୍ପୁଟ୍ନିକ୍ ଭି ଟିକା ଉତ୍ପାଦନ ନ କରେ, ତାହାଲେ 14 କୋଟି ଟଙ୍କା ସହିତ 2012 ଠାରୁ ବାର୍ଷିକ 12 ପ୍ରତିଶତ ସୁଧହାରରେ ଟଙ୍କା ଦେବା ପାଇଁ ପଡ଼ିବ । ଏହା ସହ କୋର୍ଟ ଏହି ଆଦେଶରେ କହିଛନ୍ତି, ପାନାମା ବାୟୋଟେକ୍ ଦ୍ୱାରା ସ୍ପୁଟ୍ନିକ୍-ଭି ର ଘରୋଇ ଉତ୍ପାଦନ ପାଇଁ ବ୍ରିଜ୍ ଟ୍ରାଏଲ ଉପରେ କେନ୍ଦ୍ରର କୌଣସି ଯଥାର୍ଥତା ନାହିଁ । ଯଦି ଏହା ବାହାରୁ ଆମଦାନୀ କରାଯାଏ ନାହିଁ। ଅନ୍ୟପଟେ ଜରୁରୀକାଳୀନ ବ୍ୟବହାର ଏବଂ ପ୍ରାଧିକରଣ ପାଇଁ ପାନେସିଆ ବାୟୋଟେକର ଆବେଦନକୁ ବିଚାର କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି ।

Related Posts