ଏଣିକି କଏନ୍ ଅଚଳ କହି ନେବାକୁ ମନା କଲେ ରୁଜୁ ହେବ ରାଜଦ୍ରୋହ ମାମଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି କଏନ୍ ଅଚଳ କହି ନେବାକୁ ମନା କଲେ ରୁଜୁ ହେବ ରାଜଦ୍ରୋହ ମାମଲା । ଆନେକ ସମୟରେ ମୁଦ୍ରା ପ୍ରଚଳନକୁ ନେଇ ଲୋକମାନେ ନିଜେ ମନଈଚ୍ଛା ଆଇନ୍ ତିଆରି କରିଦିଅନ୍ତି। ଗୁଜବ ଖବରରେ ବାସିଯାଇ ଏଇ ଟଙ୍କା ଅଚଳ, ସେଇ ଟଙ୍କା ଅଚଳ କହି ଉକ୍ତ ଟଙ୍କା ଦେଲେ ନିଅନ୍ତି ନାହିଁ। ଗୁଜୁରାଟରେ ପାଟନା ଜିଲ୍ଲାରେ ମଧ୍ୟ ଠିକ୍ ଏଭଳି ଘଟଣା ଘଟୁଛି। ସେଠାକାର ଖୁଚୁରା ବ୍ୟବସାୟୀମାନେ ୫ ଟଙ୍କିଆ ଓ ୧୦ ଟଙ୍କିଆ କଏନ୍ ନେଉନଥିଲେ। ବ୍ୟାଙ୍କ ନେଉ ନାହିଁ ବୋଲି ବାହାନା ଦେଖାଇ ସେମାନେ କଏନ୍ ନେବାକୁ ଅସ୍ୱୀକାର କରୁଛନ୍ତି। ଗତ କିଛି ବର୍ଷ ହେଲା ଏଠାରେ ୫ ଓ ୧୦ ଟଙ୍କିଆ କଏନ୍ ଏକପ୍ରକାର ଅଚଳ ହୋଇଯାଇଛି।

ପରିବାବାଲା, ପେଟ୍ରୋଲପମ୍ପ ବ୍ୟବସାୟୀ,ତେଜରାତୀ ଦୋକାନୀ ସମସ୍ତେ କଏନ୍ ନେବାକୁ ମନା କରିଦେଉଛନ୍ତି। ଏବେ ଲୋକମାନଭଙ୍କର ଏଭଳି ମନମାନିକୁ ନେଇ କ୍ଷୋଭ ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ। ଏବେ ଯଦି ଏମିତି ମନମାନି ହୁଏ ତେବେ ସିଧା ରାଜଦ୍ରୋହ ଅଭିଯୋଗ ଲଗାଇ ଦଣ୍ଡ ଦିଆଯିବ। ଏନେଇ ପାଟନର ଏସ୍ଡିଏମ୍ ଏକ ସର୍କୁଲାର ଜାରି କରିଛନ୍ତି। ଏହି ସର୍କୁଲାର୍ରେ ଲେଖାଯାଇଛି ଯେ ଯେଉଁମାନେ ୫ ଓ ୧୦ ଟଙ୍କିଆ କଏନ୍ ନେବେ ନାହିଁ ଭାରତୀୟ ଦଣ୍ଡ ସଂହିତା ୧୨୪-ଇ ଅନ୍ତର୍ଗତ ସେମାନଙ୍କ ବିରୋଧରେ ରାଜଦ୍ରୋହ ମାମଲା କରାଯିବ। ଯିଏ କଏନ୍ ନେବାକୁ ମନା କରିବେ ତାଙ୍କ ରାଜଦ୍ରୋହୀ ବୋଲି କୁହାଯିବ ବୋଲି ସର୍କୁଲାରରେ କୁହାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts