ଅହମ୍ମଦାବାଦ ବିମାନ ବନ୍ଦରରୁ ମହିଳା ଯାତ୍ରୀଙ୍କ ଠାରୁ ୪୨ କୋଟି ଟଙ୍କାର ଡ୍ରଗ୍‌ସ ଜବତ

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ବନ୍ଦରରୁ ଡ୍ରଗ୍‌ସ ଜବତ ହୋଇଛି | ଜଣେ ମହିଳା ଯାତ୍ରୀଙ୍କ ଠାରୁ ୪୨ କୋଟି ଟଙ୍କାର ଡ୍ରଗ୍‌ସ ଜବତ କରିଛି ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ବା ଡିଆର୍‌ଆଇ ଜିମ୍ୱାୱେର | ମହିଳା ଜଣଙ୍କ ହ୍ୟାଣ୍ଡ ବ୍ୟାଗ୍‌ର ଚେସିସ୍‌ରେ ଏହାକୁ ଲୁଚାଇ ଆଣୁଥିଲେ । ଡିଆର୍‌ଆଇର ଅଧିକାରୀ ଚେକିଂ କରିବା ବେଳେ ତାଙ୍କର ୪ଟି ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ୬ କେଜିର ନିଶାଦ୍ରବ୍ୟ ପାଇଥିଲେ । ଯାହାର ମୂଲ୍ୟ ୪୨ କୋଟି ଟଙ୍କା ହେବ ବୋଲି ବିଭାଗ କହିଛି ।

ଡିଆର୍‌ଆଇ ୧୨ ଏପ୍ରିଲ୍‌ରେ ଆବୁଧାବିରୁ ଆସିଥିବା ଜଣେ ମହିଳାଙ୍କୁ ଅହମ୍ମଦାବାଦ ବିମାନ ବନ୍ଦରରେ ଗିରଫ କରିଥିଲା । ପୂର୍ବରୁ ଅଧିକାରୀଙ୍କୁ ସୂଚନା ମିଳିଥିଲା ଯେ, ଜିମ୍ୱାୱେରୁ ଜଣେ ମହିଳା ଡ୍ରଗ୍‌ସ ନେଇ ଏହି ବିମାନ ବନ୍ଦରରେ ପହଞ୍ଚିବେ । ଅଧିକାରୀ ଯେତେବେଳେ ଉକ୍ତ ମହିଳାଙ୍କ ବ୍ୟାଗ୍‌ ଯାଞ୍ଚ କରିଥିଲେ ସେତେବେଳେ ଏତେ ପରିମାଣର ନିଶାଦ୍ରବ୍ୟ ମିଳିଥିଲା ।

କହିରଖୁଛୁ ଯେ, ଗତ କିଛିଦିନ ଧରି ଗୁଜୁରାଟରେ ନିଶା ଦ୍ରବ୍ୟର କାରବାର ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇ ମାସ ମଧ୍ୟରେ ଅହମ୍ମଦାବାଦ ବିମାନ ବନ୍ଦରରେ ପାଖାପାଖି ୧୫୦ କୋଟି ଟଙ୍କାର ହେରୋଇନ୍‌ ଜବତ କରାଗଲାଣି । ବିଦେଶରୁ ଚାଲାଖିର ସହିତ ଚୋରା ଚାଲାଣକାରୀ ବିଭିନ୍ନ ଉପାୟରେ ଏହାକୁ ଆଣି ରାଜ୍ୟରେ ବ୍ୟବସାୟ କରି କରୁଛନ୍ତି |

Related Posts