ଗୋଟିଏ ବର୍ଷ ପରେ ବିଧାନସଭା ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୋଟିଏ ବର୍ଷ ପରେ ବିଧାନସଭା ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ-୧୯ ମହାମାରୀ କଟକଣା ଲାଗୁ ହେବା ପରଠୁ ସରକାରୀ କାର୍ୟ୍ୟରେ ସଚିବାଳୟ ଓ ଯାଉନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ଆସିଛନ୍ତି। ୨୦୨୧ ଫେବୃୟାରୀ ୧୮ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ମୁଖ୍ୟମନ୍ତ୍ରୀ ଶେଷଥର ବିଧାନସଭା ଆସିଥିଲେ ବୋଲି ଜଣାପଡ଼ିଛି। ସେପଟେ ଆଜିଠୁ ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନ କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହୋଇଛି । ଦୀର୍ଘଦିନ ଧରି ଦଳୀୟ ବିଧାୟକ ଓ ନେତାମାନଙ୍କଠୁ ପ୍ରତ୍ୟକ୍ଷ ଭାବେ ଦୂରେଇ ରହିଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ବିଜେଡି ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ଆୟୋଜିତ ବିଜେଡି ବିଧାୟକ ଦଳ ବୈଠକରେ ଉପସ୍ଥିତ ରହି ଅଧିବେଶନ ସମୟରେ ବିରୋଧୀ ଦଳର କିଭଳି ମୁକାବିଲା କରାଯିବ ସେ ନେଇ ପରାମର୍ଶ ଦେଇଥିବା ଜଣାପଡ଼ିଛି । ଅବଶ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ବିଧାନସଭାକୁ ଆସୁନଥିଲେ ମଧ୍ୟ ସେ ଭର୍ଚୁଆଲରେ ଗୃହ କାର୍ୟ୍ୟରେ ସାମିଲ ହୋଇଥାନ୍ତି। ଶ୍ରୀ ପଟ୍ଟନାୟକଙ୍କୁ ଆଜି ତାଙ୍କ ବିଧାନସଭାସ୍ଥିତ ଚାମ୍ବରରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ତଥା ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ ସାକ୍ଷାତ କରିଛନ୍ତି ।

Related Posts