କେବଳ ସରକାର ଗଠନ ପାଇଁ ନୁହେଁ ବରଂ ଲୋକଙ୍କ ପ୍ରକୃତ ସେବା ପାଇଁ ଶପଥ ଗ୍ରହଣ କରିବା ଉଚିତ: ଅଖିଳେଶ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପାଇଁ ଦ୍ୱିତୀୟ ଥର ଶପଥ ନେଇଛନ୍ତି । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରାୟ ୫୦ ହଜାର ଅତିଥି ଉପସ୍ଥିତ ଥିଲେ । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ମୁଖ୍ୟ ଯୋଗୀ ଆଦିତ୍ୟନାଥଙ୍କୁ ଶୁଭେଚ୍ଛା ଜଣାଇବା ସହ ସମାଲୋଚନା କରିଥିବାର ଦେଖିବାକୁ ମିଳିଛି । ତେବେ ଏସପି ଦ୍ୱାରା ନିର୍ମିତ ହୋଇଥିବା ଷ୍ଟାଡିୟମରେ ଶପଥ ଗ୍ରହଣ କରିଥିବା ନୂତନ ସରକାରଙ୍କୁ ଅଭିନନ୍ଦନ ।

କେବଳ ସରକାର ଗଠନ ପାଇଁ ନୁହେଁ ବରଂ ଲୋକଙ୍କ ପ୍ରକୃତ ସେବା ପାଇଁ ଶପଥ ଗ୍ରହଣ କରାଯିବା ଉଚିତ ବୋଲି ଅଖିଳେଶ ଯାଦବ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ଅଖିଳେଶ ଯାଦବଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମ ନିର୍ମାଣ କରାଯାଇଥିଲା । ଏହି ଷ୍ଟାଡିୟମରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସେପଟେ ଉପମୁଖ୍ୟମନ୍ତ୍ରୀ ପାଇଁ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ମଧ୍ୟ ଶପଥ ନେଇଥିବାର ଦେଖିବାକୁ ମିଳିଛି ।

Related Posts