ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସୋସିଆଲ ମିଡିଆରେ ‘ଆପତ୍ତିଜନକ’ ମନ୍ତବ୍ୟ ଦେବା ଅଭିଯୋଗରେ ଜଣେ ଯୁବକ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସୋସିଆଲ ମିଡିଆରେ ‘ଆପତ୍ତିଜନକ’ ଓ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ଜଣେ ଯୁବକ ଗିରଫ । ଉତ୍ତରପ୍ରଦେଶ ପୁଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ କରିଛି।

ରିପୋର୍ଟରୁ ପ୍ରକାଶ, ନରହି ପୁଲିସ ଥାନା ଅନ୍ତର୍ଗତ କୋଟ ମଝରିଆ ଗାଁର ବାସିନ୍ଦା ସୁରେନ୍ଦ୍ର ଯାଦବଙ୍କୁ ଏହି ଅଭିଯୋଗରେ ଗିରଫ କରାଯାଇଛି ବୋଲି ୟୁପି ପୁଲିସ କହିଛି। ଅଭିଯୁକ୍ତ ସୁରେନ୍ଦ୍ର ଯାଦବ ସୋମବାର ଟ୍ଵିିଟରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା।

ନରହି ପୁଲିସ ଷ୍ଟେସନ ଅଧିକାରୀ ପନେ ଲାଲ କହିଛନ୍ତି ଯେ ଅଖିଳ ଭାରତୀୟ କ୍ଷତ୍ରିୟ ମଞ୍ଚ ପ୍ରଭାରୀ ବ୍ରିଜେଶ ସିଂ ମଙ୍ଗଳବାର ଏହି ଘଟଣା ସଂପର୍କରେ ଲିଖିତ ଅଭିଯୋଗ କଲାପରେ ପୁଲିସ ପକ୍ଷରୁ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ ହୋଇଥିଲା। ପୁଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଆଇଟି ଆକ୍ଟର ସମ୍ବନ୍ଧୀୟ ଧାରା ଅନୁଯାୟୀ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା ଏବଂ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଲାଲ କହିଛନ୍ତି ।

Related Posts