କୃଷକଙ୍କ ଉପରେ ଲାଠିଚାର୍ଜ କଲା ଆମ୍ ଆଦମି ପାର୍ଟି ସରକାରର ପୋଲିସ: 6 କୃଷକ ଆହତ

ଚଣ୍ଡିଗଡ: ଆମ୍ ଆଦମି ପାର୍ଟି ସରକାରରେ ପ୍ରଥମ ଥର ପାଇଁ କୃଷକଙ୍କ ଉପରେ ଲାଠିଚାର୍ଜ କରିଛି। ଫଳରେ ୬ ଜଣ କୃଷକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତୃତ୍ଵରେ କୃଷକମାନେ ଲମ୍ବିର ନାଏବ ତହସିଲଦାର ସମେତ ଅନ୍ୟ ଷ୍ଟାଫ୍ ମାନଙ୍କୁ ବନ୍ଧକ କରି ରଖିଥିଲେ। ଏହାପରେ ପୁଲିସ ବିଳମ୍ଵିତ ରାତି ୧୨ଟାରେ କୃଷକମାନଙ୍କ ଉପରେ ଲାଠିଚାର୍ଜ କରି ନାଏବ ତହସିଲଦାର ଓ ଷ୍ଟାଫ୍ ମାନଙ୍କୁ ଖଲାସ କରିଥିଲେ।

ମିଡିଆ ରିପୋର୍ଟ ଅନୁସାରେ, ପୁଲିସ ତରଫରୁ କରାଯାଇଥିବା ଲାଠି ଚାର୍ଜରେ ୬ ଜଣ କୃଷକ ଆହତ ହୋଇଛନ୍ତି। ଏମାନଙ୍କୁ ଲମ୍ବିର ହଲ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ନାଏବ ତହସିଲଦାର ଅରଜିନ୍ଦର ସିଂହ ଓ ଷ୍ଟାଫମାନେ ବାହାରକୁ ଆସିବା ପରେ ଏବେ ରାଜ୍ୟସାରାର ତହସିଲଦାର ଆନ୍ଦୋଳନ କରୁଛନ୍ତି। ବନ୍ଧକ ବନାଇଥିବା କୃଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏମାନେ ଆନ୍ଦୋଳନ କରୁଛନ୍ତି। ପୁଲିସ ନାଏବ ତହସିଲଦାର ଓ ଷ୍ଟାଫମାନଙ୍କୁ ବନ୍ଧକମୁକ୍ତ କରିବାପରେ ବି କୃଷକମାନଙ୍କ ଧାରଣା ଚାଲୁ ରହିଛି। ବିକେୟୁ ତହସିଲ ଅଫିସ ବାହାରେ ଧାରଣା ଦେଇଛି। ସେମାନେ ନିଜ ଜିଦରେ ଅଟଳ ରହି ସହାୟତାର ଦାବି କରୁଛନ୍ତି । ସେପଟେ ରାଜ୍ୟର ସମସ୍ତ ତହସିଲଦାର ଆନ୍ଦୋଳନ କୁ ଓହ୍ଲାହି ବିକ୍ଷୋଭ କରିଚନ୍ତି ।

Related Posts