ଫିଲ୍ମ ‘ଲାଲ ସିଂ ଚଢା’ ଫ୍ଲପ ପରେ ନିଜ ମନ୍ତବ୍ୟ ପାଇଁ ପୁଣି କ୍ଷମା ମାଗିଲେ ଅମିର ଖାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଫ୍ଲପ ହୋଇଛି। ସୋସିଆଲ ମିଡିଆରେ ବୟକଟ ଲାଲ ସିଂ ଚଢାର ପ୍ରଭାବ ଏପରି ଥିଲା ଯେ ବକ୍ସ ଅଫିସରେ ଫିଲ୍ମଟି ସୁପରଫ୍ଲପ୍‌ ହୋଇଥିଲା। ଯଦିଓ ଫିଲ୍ମ ରିଲିଜ ହେବା ପୂର୍ବରୁ ଅମିର କ୍ଷମା ମାଗିଥିବା ବେଳେ ଲାଲ ସିଂ ଚଢା ଦେଖିବା ପାଇଁ ଅନୁରୋଧ କରିଥିଲେ। ଏହା ସତ୍ତ୍ୱେ ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଛି। ଏହାପରେ ଏବେ ପୁଣି ଥରେ ଆମୀର ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।

ତେବେ ନିକଟରେ ଅମିର ଖାନଙ୍କ ପ୍ରଡକ୍ସନ ହାଉସର ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରାଯାଇଛି। ୨୭ ସେକେଣ୍ଡର ଏହି ଭିଡିଓରେ ଏହା ଲେଖାଯାଇଛି – ‘ମିଚାମି ଡୁକଡାମ’ ଏହାର ଅର୍ଥ କ୍ଷମା ମାଗିବାର ପର୍ବ। ଏହି ଭିଡିଓରେ ଲେଖାଯାଇଛି ଯେ, ଆମେ ସମସ୍ତେ ମଣିଷ ଏବଂ ଆମ ସହିତ ଭୁଲ ଘଟେ। କେତେବେଳେ ଶବ୍ଦ ଦ୍ୱାରା, କେବେ କାର୍ଯ୍ୟ ଦ୍ୱାରା, କେବେ ଅଜାଣତରେ, କେବେ କ୍ରୋଧରେ, କେବେ ଥଟ୍ଟାରେ, କେବେ କଥାବାର୍ତ୍ତା କରି। ମୁଁ ମନ, ଶବ୍ଦ, ଶରୀର ପାଇଁ କ୍ଷମା ମାଗୁଛି। ଯଦି ମୁଁ ଆପଣ ମାନଙ୍କ ହୃଦୟକୁ କୌଣସି ପ୍ରକାରେ ଆଘାତ ଦେଇଛି, ତେବେ ମୁଁ କ୍ଷମା ମାଗୁଛି। ଫିଲ୍ମ ଲାଲ ସିଂ ଚଢ଼ା ରିଲିଜ ପୂର୍ବରୁ ମଧ୍ୟ ବିବାଦରେ ଛନ୍ଦି ହୋଇଯାଇଥିଲେ।

ତେବେ ୨୦୧୫ ମସିହାରେ, ଅମିର ଏକ ମନ୍ତବ୍ୟ ଯୋଗୁ ଚର୍ଚ୍ଚାରେ ଥିଲେ। ସେ କହିଥିଲେ, ଆମ ଦେଶ ଅତ୍ୟନ୍ତ ସହନଶୀଳ, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଅନୈତିକ ଉଦ୍ଦେଶ୍ୟ ବିସ୍ତାର କରୁଛନ୍ତି। କେବଳ ଏତିକି ନୁହେଁ, ଅମିର ପୂର୍ବତନ ସ୍ତ୍ରୀ ତଥା ଫିଲ୍ମ ନିର୍ମାତା କିରଣ ରାଓ କହିଥିଲେ, ସେ ନିଜ ପିଲାମାନଙ୍କ ସୁରକ୍ଷା ପାଇଁ ଦେଶ ଛାଡିବାକୁ ଚିନ୍ତା କରୁଛନ୍ତି। ଏହି ପୁରୁଣା ମନ୍ତବ୍ୟ ହେତୁ ଲୋକେ ତାଙ୍କୁ ହିନ୍ଦୁ ବିରୋଧୀ ଏବଂ ଭାରତ ବିରୋଧୀ ବୋଲି କହୁଛନ୍ତି।

Related Posts