‘ଲାଲ ସିଂ ଚଢ଼ା’ ଫ୍ଲପ ହେବାର ଦାୟିତ୍ବ ନେଲେ ଆମୀର ଖାନ, ଫିଲ୍ମ ପାଇଁ ନେବେନାହିଁ କୌଣସି ପାରିଶ୍ରମିକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ବକ୍ସ ବଲିଉଡର ଅଫିସରେ ଫ୍ଲପ ବୋଲି ପ୍ରମାଣ ହୋଇଛି। ଅଦ୍ବୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ହେବାର ସପ୍ତାହକ ପରେ ୬୦କୋଟିରୁ କମ୍ ରୋଜଗାର କରିଥିଲା। ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ୍ ହୋଇଥିବା ବେଳେ ଦିନ ଗଡ଼ିବ‌ା ସହ ଏହାର ଆୟ କମ ହେବାରେ ଲାଗିଥିଲା ।ଏବେ ଖବର ମିଳୁଛି ଯେ, ଲାଲ୍ ସିଂହ ଚଢ଼ାର ବିଫଳତାର ଦାୟିତ୍ବ ନେଇ ଅଭିନୟ ପାଇଁ ପାରିଶ୍ରମିକ ନେବାକୁ ମନା କରିଛନ୍ତି ଆମୀର ଖାନ୍। ଏକ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି।

ଫିଲ୍ମ ଭଲ ବ୍ୟବସାୟ କରିନଥିବାରୁ ସମସ୍ତ କ୍ଷତିର ଦାୟିତ୍ବ ନେଇଛନ୍ତି ଆମୀର ଖାନ। ଏହା ସହ ଫିଲ୍ମରେ ଅଭିନୟ କରିବା ପାଇଁ ସେ ନେବାକୁ ଥିବା ପାରିଶ୍ରମିକ ମଧ୍ୟ ଛାଡ କରିଥିବା କୁହାଯାଉଛି। ଅମୀର ଖାନ ନିଷ୍ପତ୍ତି ନେଇଛନ୍ତି ଯେ, ସେ ‘ଲାଲ ସିଂ ଚଢ଼ା’ ପାଇଁ ପାରିଶ୍ରମିକ ନେବେ ନାହିଁ। ଏଭଳି କରିବା ଦ୍ୱାରା ସେ ନିର୍ମାତାମାନଙ୍କୁ କ୍ଷତିପୂରଣ ଦେଇପାରିବେ। କୁହାଯାଉଛି ଯେ ଯଦି ଆମୀର ତାଙ୍କ ପାରିଶ୍ରମିକ ନେବେ, ତେବେ ଭାୟାକମ୍ ୧୮ ଷ୍ଟୁଡିଓକୁ ପ୍ରାୟ ୧୦୦କୋଟିର କ୍ଷତି ସହିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ଆମୀର ଆଗକୁ ଆସି ନିଜେ ସେହି କ୍ଷତି ସହିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି ହେବା ଦ୍ବାରା ଏବେ ନିର୍ମାତାମାନଙ୍କୁ ସେତେ ଅଧିକ କ୍ଷତି ସହିବାକୁ ପଡ଼ିବ ନାହିଁ।

Related Posts