ରାମ ଜନ୍ମଭୂମି ଜମି ଦୁର୍ନୀତିର ପ୍ରମାଣ ଦେବା ପାଇଁ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କୁ ସମୟ ମାଗିଲେ ଆପ୍ ନେତା ସଂଜୟ ସିଂ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅଯୋଧ୍ୟା ରାମ ମନ୍ଦିର ଜମି ଦୁର୍ନୀତି ବିବାଦକୁ ନେଇ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ ଲଗାତାର ବିଜେପିକୁ ଟାର୍ଗେଟ କରି ଆସୁଛନ୍ତି। ଏହି ମାମଲାରେ ଏବେ ଆଉ ଏକ ନୂଆ ମୋଡ଼ ଆସିଛି। ନିଜକୁ ହିନ୍ଦୁ ମାନଙ୍କ ରକ୍ଷକ ଦାବି କରୁଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ନିଶାନା କରିଛନ୍ତି ସଞ୍ଜୟ ସିଂ। ରାଜ୍ୟସଭା ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ,” ସେ ରାଷ୍ଟ୍ରିୟ ସ୍ବୟଂ ସେବାକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତଙ୍କୁ ଚିଠି ଲେଖିଛନ୍ତି ଏବଂ ତାଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି । ରାମ ମନ୍ଦିର ଜମି ଦୁର୍ନୀତି ସମସ୍ତ ପ୍ରମାଣ ହସ୍ତାନ୍ତର କରିବା ପାଇଁ ସେ ମୋହନ ଭଗବତଙ୍କୁ ସମୟ ମାଗିଛନ୍ତି। ” ସୂଚନାଯୋଗ୍ୟ ଯେ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ଜମି ଘୋଟାଲା ମାମଲାରେ ସମାଜବାଦୀ ପାର୍ଟି ନେତା ପୱନ ପାଣ୍ଡେ ଏବଂ ଆପ୍ ସାସଂଦ ସଞ୍ଜୟ ସିଂ ଦାବି କରିଥିଲେ ଯେ ଶ୍ରୀରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ୨ କୋଟି ଟଙ୍କାର ଜମିକୁ କିଛି ମିନିଟ୍ ଅନ୍ତରାଳରେ 18.5 କୋଟି ଟଙ୍କା ମୂଲ୍ୟରେ କିଣିଛନ୍ତି । ଏହି ମାମଲା ସାମ୍ନାକୁ ଆସିବା ପରେ ବିରୋଧୀ ଟ୍ରଷ୍ଟ ଏବଂ ବିଜେପିକୁ ଟାର୍ଗେଟ କରିଥିଲେ। ଏହା ମଧ୍ୟରେ ଆପ୍ ନେତା ସଞ୍ଜୟ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନିଜକୁ ହିନ୍ଦୁବାଦର ସମର୍ଥକ ବୋଲି ଦାବି କରୁଥିବା ଭଗବତ୍ ଏହି ଅଭିଯୋଗ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍। ସେ କହିଛନ୍ତି, “ମୁଁ ଆରଏସଏସ ମୁଖ୍ୟ ମୋହନ ଭଗବତ ଜୀଙ୍କୁ ଏକ ଚିଠି ଲେଖିଛି ଏବଂ ତାଙ୍କୁ ଭେଟିବା ପାଇଁ ସମୟ ମାଗିଛି। ବିଜେପି ଏବଂ ଟ୍ରଷ୍ଟର ସଦସ୍ୟଙ୍କ ଦ୍ବାରା ଜମି ଦୁର୍ନୀତି ସହ ଜଡିତ ଏହି ଘୋଟାଲାର ପ୍ରମାଣ ଭାବେ ମୁଁ ଏହି ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିବି।” ସିଂ ପ୍ରଶ୍ନ କରିଛନ୍ତି ଯେ , “ ଅନୁସନ୍ଧାନକାରୀ ସଂସ୍ଥା ମାନେ ବର୍ତ୍ତମାନ କେଉଁଠି ଅଛନ୍ତି ଏବଂ ବର୍ତ୍ତମାନ କାହିଁକି କାର୍ଯ୍ୟ କରୁନାହାଁନ୍ତି”। ଆପ୍ ନେତା ସଂଜୟ ସିଂ ଏବଂ ସପା ନେତା ପବନ ପାଣ୍ଡେ ଏହିମାମଲାରରେ ସିବିଆଇ ଏବଂ ଇଡି ଦ୍ୱାରା ଯାଞ୍ଚ ପାଇଁ ଦାବି କରିଛନ୍ତି। ଏପଟେ ଶ୍ରୀରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।

Related Posts