ପଞ୍ଜାବରେ ସଂଖ୍ୟାଗରିଷ୍ଠତା ହାସଲ କଲା ଆପ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ବିଧାନସଭା ନିର୍ବାଚନର ସମସ୍ତ ସିଟର ଟ୍ରେଣ୍ଡ ସାମ୍ନାକୁ ଆସିଛି । ଯେଉଁଠି ଆମ ଆଦମି ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ସିଏମ ଚରଣଜିତ ଚାନ୍ନି, କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଦ୍ଧୁଙ୍କ ସମେତ ଅନେକ ଭେଟେରାନ ନିଜ ନିଜ ଆସନରୁ ପଛରେ ରହିଛନ୍ତି । ଏହା ମଧ୍ୟରେ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିୟା ବଡ଼ ବୟାନ ଦେଇଛନ୍ତି । ତେବେ କେଜ୍ରିୱାଲଙ୍କ ଶାସନ ମଡେଲକୁ ପଞ୍ଜାବ ସୁଯୋଗ ଦେଇଛି। ଆଜି ତାଙ୍କର ଶାସନ ଆଦର୍ଶ ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇଛି।

ଏହା ହେଉଛି ସାଧାରଣ ଲୋକର ବିଜୟ ବୋଲି ମନୀଷ ସିସୋଦିୟା କହିଛନ୍ତି । ସେପଟେ ପ୍ରଥମ ଫଳାଫଳ କପୁରଥଲା ଠାରୁ ଆସିଛି । ତେବେ କଂଗ୍ରେସ ପ୍ରାର୍ଥୀ ରାଣା ଗୁରଜିତ ସିଂ ଏଠାରୁ ଜିତିଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ପଞ୍ଜାବରେ ଆପ ୮୯ଟି ସିଟ ପାଇଥିବାବେଳେ କଂଗ୍ରେସ ୧୩ ଟି ଅକାଳି ଦଳ ୯ଟି, ବିଜେପି ପାଞ୍ଚଟି ଓ ଅନ୍ୟଦଳ ଗୋଟିଏ ସିଟ ପାଇଛନ୍ତି ।

Related Posts