45 ଦିନ ପରେ ଜେଲ୍‌ରୁ ବାହାରିଲେ ଅଭିଜିତ୍‌ ଆୟାର

ଓଡ଼ିଶା ଏବଂ ଓଡ଼ିଶାର କଳା ସଂସ୍କୃତି ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ଜେଲ୍‌ ଯାଇଥିବା ଅଭିଜିତ୍ ଆୟାରଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଗୁରୁବାର ଭୁବନେଶ୍ବର ଏସ୍‌ଡିଜେଏମ୍ ଓ କୋଣାର୍କ ଜେଏମ୍‌ଏଫ୍‌ସି କୋର୍ଟରୁ ତାଙ୍କୁ ଜାମିନ୍‌ ମିଳିବା ପରେ ଦୀର୍ଘ 45 ଦିନ ଜେଲ୍‌ରେ ରହି ଖଲାସ୍‌ ହୋଇଛନ୍ତି ଅଭିଜିତ୍‌ ଆୟାର ।

୨୦ ହଜାର ଟଙ୍କା ଓ ଜଣେ ଜାମିନଦାରରେ ଉଭୟ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । ତଦନ୍ତରେ ପୋଲିସକୁ ସହଯୋଗ କରିବେ ଓ ଆବଶ୍ୟକ ପଡ଼ିଲେ କୋର୍ଟରେ ହାଜର ହେବାକୁ କୋର୍ଟ ତାଙ୍କ ପାଇଁ ସର୍ତ୍ତ ରଖିଛନ୍ତି ।

ପୂର୍ବରୁ ବୁଧବାର ହାଇକୋର୍ଟରୁ ଅଭିଜିତ୍‌ଙ୍କୁ ଜାମିନ୍‌ ମିଳିଥିଲା । ଗୁରୁବାର ତଳ ଦୁଇ କୋର୍ଟରୁ ଜାମିନ୍‌ ମିଳିବା ପରେ ଅଭିଜିତ୍‌ଙ୍କୁ ଝାରପଡ଼ା ଜେଲ୍‌ରୁ ନିଆଯାଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତା ପରେ ତାଙ୍କୁ ମୁକ୍ତି ମିଳିଥିଲା ।

Related Posts