ଯାଜପୁରରେ ବ୍ରାଉନସୁଗାର କାରବାର ବେଳେ ଅବକାରୀ ପୋଲିସର ଚଢାଉ; ବ୍ରାଉନସୁଗାର ଜବତ,୨ଜଣ ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯାଜପୁର ଜିଲ୍ଲା ମାଳହାଟ ନିକଟରେ ବ୍ରାଉନସୁଗାର କାରବାର ବେଳେ ଅବକାରୀ ପୋଲିସ ଚଢାଉ କରିଛି। ୬୦ ଗ୍ରାମ ବ୍ରାଉନସୁଗାର ସହ ନଗଦ ୫ହଜାର ଟଙ୍କା ଅବକାରୀ ପୋଲିସ ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଗିରଫ ଦୁଇଜଣ ମଧ୍ୟରୁ ଜଣେ ଭଦ୍ରକ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଯାଜପୁର ଅଞ୍ଚଳର ବୋଲି ଜଣାପଡିଛି।

Related Posts