ବିନା ଦୋଷରେ ୧୩ ବର୍ଷ କାରାଦଣ୍ଡ ଭୋଗିବା ପରେ ଜେଲରୁ ମୁକୁଳିଲେ ଆଦିବାସୀ ଯୁବକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିନା ଦୋଷରେ ୧୩ ବର୍ଷ କାରାଦଣ୍ଡ ଭୋଗିବା ପରେ ଜେଲରୁ ମୁକୁଳିଲେ ଆଦିବାସୀ ଯୁବକ । ତେବେ ୨୦୦୮ ମସିହାରେ ପ୍ରେମିକାଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ହୋଇ ସେ ଗିରଫ ହୋଇଥିଲେ । ଚନ୍ଦ୍ରେଶ ମାର୍ସକୋଇ ନାମକ ଏହି ଯୁବକ ଗିରଫ ହେବା ସମୟରେ ସେ ଭୋପାଳସ୍ଥିତି ଗାନ୍ଧୀ ମେଡିକାଲ କଲେଜାରେ ଶେଷ ବର୍ଷ ଛାତ୍ର ଥିଲେ । ପ୍ରେମିକାକୁ ମାରି ପୋତି ଦେବା ଭଳି ସଙ୍ଗୀନ ଅଭିଯୋଗ ତାଙ୍କ ବିରୋଧରେ ହୋଇଥିଲା ।

୨୦୦୯ ରେ ତଳ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଥିଲା । ମାତ୍ର ସେ ହାର ନମାନି ହାଇକୋର୍ଟରେ ଆବେଦନ କରିଥିଲେ । ପୁଲିସର ତ୍ରୁଟିପୂର୍ଣ୍ଣ ତଦନ୍ତ ପାଇଁ ସେ ଦଣ୍ଡ ପାଇଥିବାରୁ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ଯୁବକଙ୍କୁ ୪୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଆସନ୍ତା ୯୦ ଦିନ ମଧ୍ୟରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts