
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜଧାନୀରେ ରାତ୍ରିକାଳୀନ ପାଟ୍ରୋଲିଂ । ଦିନକୁ ଦିନ ରାଜଧାନୀରେ ବୃଦ୍ଧ ପାଉଥିବା ଅପରାଧକୁ ରୋକିବା ପାଇଁ ପୁଲିସ ପକ୍ଷରୁ ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହା ମଧ୍ୟରେ ୧୧୧ ଜଣ ଅମାନିଆ ତଣ୍ଡ ଗଣିସାରିଥିବା ବେଳେ ୧୩୩ ଗାଡ଼ିଚାଳକଙ୍କ ଲାଇସେନ୍ସ ଖାରଜ ହେବ ବୋଲି ସୂଚନା ମିଳିଛି । ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ରାଜଧାନୀରେ ନାଇଟ ପାଟ୍ରୋଲିଂ ଚାଲିଛି । ସହରର ପ୍ରାୟ ୩୦ ଟି ସ୍ଥାନରେ ରାତ୍ରିକାଳୀନ ଯାଞ୍ଚ ଓ ଅବରୋଧ ପ୍ରକିୟା ଚାଲିଥିବାବେଳେ ଧରାପଡ଼ଛନ୍ତି ଅମାନିଆ ଚାଳକ ।
ଗତ ୩ ତାରିଖରୁ ୫ ତାରିଖ ଏହି ତିନି ଦିନ ମଧ୍ୟରେ ହୋଇଥିବା ଏହି ସ୍ପୋସାଲ ଡ୍ରାଇଭରେ ୧୧୧ଜଣ ଆଇନ ଉଲ୍ଲଂଘନକାରୀ ଗାଡ଼ିଚାଳକଙ୍କ ଠାରୁ ସାଢ଼େ ୬୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ନନ୍ଦନକାନନ ଥାନା ୧୮ ଜଣଙ୍କୁ ଜରିମାନା କରିଥିବା ବେଳେ ଖଣ୍ଡଗିରି ଥାନାରେ ୧୬ ଓ ଲକ୍ଷ୍ମୀସାଗର ଥାନାରେ ୧୧ ଜଣଙ୍କ ଠାରୁ ତଣ୍ଡ ଆଦାୟ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।