କୁଆଡେ ଗଲେ ଲାଲୁଙ୍କ ସୁପୁତ୍ର ?

ପାଟନା: ନିଜ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବେ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ । ନିଜ ପାରିବାରିକ ଜୀବନରେ ଏହି ଅଘଟଣକୁ ନେଇଏବେ ଚିନ୍ତାରେ । ନିଜ ବାପାଙ୍କୁ ଜେଲରେ ଭେଟି ସମସ୍ତ କଥା କହିଛନ୍ତି । ହେଲେ ଏହା ପରେ ଘରକୁ ଆଉ ଫେରି ନାହାନ୍ତି ଲାଲୁ ନନ୍ଦନ । ଫୋନରେ ମା ରାବରି ଦେବୀ ମନାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ମଙ୍ଗଳବାର ତେଜ ପ୍ରତାପ ବନାରସରେ ଥିବା ବେଳେ ବୁଧବାର ସେ ଘରକୁ ଫେରିବେ ବୋଲି ଅନୁମାନ କରାଯାଉଥିଲା। ହେଲେ ସେମିତି କିଛି ଘଟଣା ଘଟିଲାନି। କିନ୍ତୁ ଏବେ ସେ କେଉଁଠି ତା’ର କୌଣସି ସଠିକ୍‌ ଖବର ନ ଥିଲେ ମଧ୍ୟ ଏବେ କୁଆଡେ ସେ ବୃନ୍ଦାବନରେ ଅଛନ୍ତି ବୋଲି କୁହାଯାଉଛି।

ଏଠାକାର ଗଳିରେ ସେ ବୁଲୁଥିବାର ଆଲୋଚନା ହେଉଛି। ସୂଚନାଯୋଗ୍ୟ, ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଠାରୁ ଅଲଗା ହେବାକୁ ସେ ଅଦାଲତରେ ଏକ ମାମଲା ଦାୟର କରିବା ପରେ ଫେରାର ଅଛନ୍ତି। କାରଣ ଏହି ମାମଲା ପରେ ତାଙ୍କ ନିକଟକୁ ଏବେ ଫୋନ୍‌ କଲ୍‌ ଆସିଥିଲା ଯେ ଯେଉଁଥିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଆଉ ଏଥିରେ ଅତିଷ୍ଠ ହୋଇ ସେ ହଠାତ୍‌ କେଉଁଆଡେ ଚାଲି ଯାଇଥିବା କୁହଯାଉଛି।

Related Posts