ବୌଦ୍ଧ ହରଭଙ୍ଗା ଥାନା ଜବଲପୁର ଗାଁରେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ

ବୌଦ୍ଧ : ବୌଦ୍ଧ ହରଭଙ୍ଗା ଥାନା ଜବଲପୁର ଗାଁରେ ଘଟିଛି ଏକ ବଡ଼ ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଯାଇଛି ୩ ଜଣଙ୍କ ଜୀବନ । ମୃତକ ସମସ୍ତେ ଗୋଟିଏ ପରିବାରର ବୋଲି ଜଣା ପଡିଛି । ମୃତକଙ୍କ ସୁକାନ୍ତି ବେହେରା, ପୁଅ ସୋହନ ବେହେରା ଏବଂ ଦିଅର ସୁଶୀଲ୍‌ ବେହେରା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଜବଲପୁର ଗାଁର ସୁକାନ୍ତି ବେହେରା ଲୁଗା ଶୁଖାଇବା ଯାଇଥିଲା । ସେ ତାରରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍‌ ଝଟ୍‌କା ଲାଗିଥିଲା । ଯାହାଫଳରେ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ପୁଅ ଏବଂ ଦିଅର । କିନ୍ତୁ କେହିବି ବଞ୍ଚିପାରିଲେନି । ଅକାରଣରେ ଚାଲିଗଲା ଗୋଟିଏ ପରିବାର ତିନି ଜଣଙ୍କ ଜୀବନ

Related Posts