କୁଆଖାଇରେ ଅଘଟଣ: ବୁଡି ଯାଇ ଦୁଇ ଯୁବକ ନିଖୋଜ

କଟକ : କୁଆଖାଇରେ ଘଟିଛି ଅଘଟଣ । ବୁଡି ଯାଇ ଦୁଇ ଯୁବକ ନିଖୋଜ ହୋଇଯାଇଛନ୍ତି । କଟକ ପ୍ରତାପନଗରୀ ନିକଟରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି । ଏନେଇ ଖବର ପାଇବା ପରେ ସଦର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଖବର ଅନୁଯାୟୀ, ପାଞ୍ଚ ଯୁବକ ସାଙ୍ଗ ହୋଇ ପ୍ରତାପନଗରୀ ନିକଟରେ ଥିବା କୁଆଖାଇ ନଦୀରେ ଗାଧୋଉଥିବା ବେଳେ ଘଟିଲା ଅଘଟଣ । ହଠାତ୍‌ ପାଞ୍ଚ ଜଣ ସାଙ୍ଗ ପାଣିରେ ଭାସିଯାଇଥିଲେ । ତୁରନ୍ତ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଦୁଇ ଜଣ ନିଖୋଜ ଅଛନ୍ତି ।

ସେହିପରି ଏବେ ଯାଏଁ ନିଖୋଜ ଯୁବକଙ୍କ ପରିଚୟ ମିଳିପାରିନାହିଁ । ବ୍ରିଜ୍‌ ଉପରେ ୨ଟି ବାଇକ୍‌ ରହିଛି । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି ।

Related Posts