ଜାତୀୟ ରାଜପଥ ୩୫୩ ଉଦ୍ୟାନବନ୍ଧ କ୍ରିଷ୍ଣା ଛକ ମଝିରେ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ୪ ବାଇକ୍ ଆରୋହୀଙ୍କ ମୃତ୍ୟୁ

ନୂଆପଡା : ଜାତୀୟ ରାଜପଥ ୩୫୩ ଉଦ୍ୟାନବନ୍ଧ କ୍ରିଷ୍ଣା ଛକ ମଝିରେ ଘଟିଛି ଏକ ଭୟଂକର ସଡ଼କ ଦୁର୍ଘଟଣା । ଟ୍ରକ୍ ବାଇକ୍ କୁ ଧକ୍କା ଦେବା ଫଳରେ ଚାଲିଯାଇଛି ୪ଜଣ ବାଇକ୍ ଆରୋହୀଙ୍କ ଜୀବନ । ଗୋଟିଏ ବାଇକ୍‌ରେ ୫ ଜଣ ଯାଉଥିବା ବେଳେ ଟ୍ରକ୍‌ ଧକ୍କା ଦେଇଥିବା ସୂଚନା ମିଳିଛି । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଜଣେ ଶିଶୁଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କୋମନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରାଜ୍ୟରେ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଲଗାଯାଇଥିବା ସତ୍ତ୍ବେ ବେପରୁଆ ଭାବେ କେମିତି ଗୋଟିଏ ବାଇକ୍‌ରେ ୫ଜଣ ଯାଉଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛି ବେପରୁଆ ଲୋକଙ୍କ ପାଇଁ ଏଭଳି ଦୁର୍ଘଟଣାମାନ ଘଟୁଛି । ଫଳରେ ଅକାରଣରେ ଅନେକ ଜୀବନ ଯାଉଛି ।

ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ବାଇକ୍ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Related Posts