କନ୍ଧମାଳ ନେଡିପାଙ୍ଗା ନିକଟରେ ଦୁର୍ଘଟଣା: ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୫ ଆହତ

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ବୁଡାଗୁଡ଼ା ନେଡିପାଙ୍ଗା ନିକଟରେ ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ ଅଟୋ ଓଲଟିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି ।

ଖବର ଅନୁଯାୟୀ, ଯାତ୍ରୀ ନେଇ ଅଟୋ ଯାଉଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଯାହାଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତୁରନ୍ତ ଆହତଙ୍କୁ ଉଦ୍ଧାର କରି ବୁଡ଼ାଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts