ବଢ଼ିବ ତାଇଓ୍ୱାନର ଶକ୍ତି: ୧.୧ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ଦେବ ଆମେରିକା

ନୂଆଦିଲ୍ଲୀ : ତାଇଓ୍ୱାନ ଓ ଚୀନ ମଧ୍ଯ ରେ ଲାଗିରହିଥିବା ତିକ୍ତତା ମଧ୍ୟରେ ବଢିବ ତାଇୱାନ ର ଶକ୍ତି । ଆମେରିକା କୁ ତାଇୱାନ କୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଆସୁଥିବା ବେଳେ, ଜୋ ବାଇଡେନ୍ ପ୍ରଶାସନ ତାଇଓ୍ୱାନକୁ ଏବେ ୧.୧ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ବିକ୍ରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏଥିପାଇଁ ଆମେରିକା କଂଗ୍ରେସରୁ ଔପଚାରିକ ମଞ୍ଜୁରୀ ମିଳିବା ବାକି ରହିଛି ।

ସୂତ୍ରାନୁସାରେ, ଆମେରିକା ତାଇଓ୍ୱାନକୁ ଯେଉଁସବୁ ଅସ୍ତ୍ରଶସ୍ତ୍ର ବିକ୍ରି କରିବ ସେମଧ୍ୟରେ ୬୦ଟି ଆଣ୍ଟି ସିପ୍ ମିସାଇଲ୍ ଓ ୧୦ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ ମଧ୍ୟ ରହିଛି । ଏହି ଖବର ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଚୀନ ଲଗାତର ଭାବେ ତାଇଓ୍ୱାନର ଜଳସୀମାରେ ନିଜର ଶକ୍ତି ପ୍ରଦର୍ଶନ କରୁଛି ।

ଆହୁରି ମଧ୍ୟ ଆମେରିକା ଯେଉଁସବୁ ଅସ୍ତ୍ର ତାଇଓ୍ୱାନକୁ ପ୍ରଦାନ କରିବ ସେସବୁ ମଧ୍ୟରେ ୩୫୫ ମିଲିୟନ ଡଲାରର ୬୦ ଏଜିଏମ୍ ୮୪୧, ହାର୍ପୁନ୍ ବ୍ଲକ୍ ୧୧ ମିସାଇଲ୍, ୮୫.୬ ମିଲିୟନ ଡଲାରର ୧୦୦ଟି ଏଆଇଏମ ୯ଏକ୍ସ ବ୍ଲକ୍ ୨ ସାଇଡଓ୍ୱାଇଣ୍ଡର୍ , ଶତ୍ରୁ ଉପରେ ନଜର ରଖିପାରୁଥିବା ରାଡାର ରହିଛି । ତେବେ ସାଇଡ୍ ଓ୍ୱାଇଣ୍ଡର ମିସାଇଲ୍ ତାଇପେରେ ଆମେରିକା ନିର୍ମିତ ଏଫ-୧୬ ଫାଇଟର୍ ଜେଟ୍ ସହ ଯୋଡି ହୋଇପାରିବ ।

ସୂଚନାଯୋଗ୍ୟ, ଚୀନ ତାଇଓ୍ୱାନକୁ ନିଜ ସୈନ୍ୟ ବଳରେ ହାତେଇବାକୁ ଚାହୁଁଛି । ଚୀନ ଏହାକୁ ନିଜର ବୋଲି ମାନୁଛି । ତେବେ ଆମେରିକା ସମେତ ଅନ୍ୟ ଦେଶ ତାଇଓ୍ୱାନକୁ ସମର୍ଥନ କରୁଛନ୍ତି । ଏହାସହ ଡ୍ରାଗନ ଜାଲରୁ ଏହାକୁ ରକ୍ଷା କରିବା ପାଇଁ ଲଗାତର ପ୍ରୟାସ କରୁଛନ୍ତି ।

Related Posts