ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ମିଶ୍ରିଲାଲ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା: ସ୍କୁଲ୍ ବସ୍ ଧକ୍କାରେ ବିଦ୍ୟୁତ୍‌ କର୍ମଚାରୀଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ମିଶ୍ରିଲାଲ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା । ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଛି ଏକ ଘରୋଇ ସ୍କୁଲ ବସ୍ । ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ସ୍ଥାନୀୟ ଅଞ୍ଚଳର ତାୟୁବ୍ ଖାନ୍ ହୋଇଥିବା ବେଳେ ସେ ବିଦ୍ୟୁତ୍ ବିଭାଗରେ କିର୍ଯ୍ୟରତ ଥିବା ଜଣାପଡିଛି।

ସୂଚନା ମୁତାବକ ବିଦ୍ୟୁତ୍ ବିଭାଗର କୋରାଇ ଡିଭିଜନରେ‌ କାର୍ଯ୍ୟ କରୁଥିବା ତାୟୁବ୍ ଆଜି କୌଣସି କାର୍ଯ୍ୟରେ ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟକୁ ଆସିଥିଲେ। କାମ ସାରି ସେଠାରୁ ଫେରିବା ସମୟରେ ଏକ ଘରୋଇ ସ୍କୁଲ ବସ୍ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯାଜପୁର ରୋଡ଼ ମେଡ଼ିକାଲକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହିତ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Posts