ବିଦ୍ୟୁତ ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧିବା ବେଳେ ଅଘଟଣ: ଯୁବକଙ୍କ ମୃତ୍ୟୁ

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁର ଅଘଟଣ । ବିଦ୍ୟୁତ ଆଘାତରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ । ମୃତକ ହେଲେ ବୁଲୁ ମୁଣ୍ଡା ।

ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ବିଦ୍ୟୁତ ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧିବା ବେଳେ ହଟାତ୍ ବିଦ୍ୟୁତ ଆଘାତ ଲାଗିଥିଲା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ବୁଲୁ ମୁଣ୍ଡା ଗାଈ ଚରାଇ ସନ୍ଧ୍ୟା ସମୟରେ ଘରକୁ ଫେରିବା ପରେ କିଛି ଯୁବକଙ୍କ ଟ୍ରାନ୍ସଫର୍ମରରେ ଉଡିଯାଇଥିବା ଫ୍ୟୁଜ ବାନ୍ଧିବା ପାଇଁ ବିଦ୍ୟୁତ ଖୁଣ୍ଟରେ ଚଢିଥିଲେ । ତେବେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସେ ତଳକୁ ଖସିପଡିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାଦେଖି ସାଙ୍ଗରେ ଯାଇଥିବା ଯୁବକମାନେ ତାଙ୍କୁ ଛାଡି ପଳାଇଥିଲେ । ଏତେ ସମୟ ଧରି ବୁଲୁ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ବିଦ୍ୟୁତ ଟ୍ରାନ୍ସଫର୍ମର ତଳେ ବୁଲୁ ପଡିଥିବା ଦେଖି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ତାଙ୍କ ମୃତ୍ୟୁ କୁ ନେଇ ପରିବାରରେ ଶୋକାକୁଳ ପରିବେଶ ଖେଳି ଯାଇଛି ।

Related Posts