ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା: 3 ମୃତ, ଦୁଇ ଗୁରୁତର

ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ନାଇକାନାଳି ଠାରେ ୧୪୯ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରେ ଏକ୍‌ ଟ୍ରକ-କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ  ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।

ମୃତକମାନେ ହେଲେ ଭୁପେଶ ସାହୁ, ଧନୁର୍ଜୟ ନାୟକ ଓ କ୍ରିଷ୍ଣା କୁମାର ସାହୁ। ଆହତ ସାଗର କୁମାର ବାରିକ ଓ ବିକାଶ କୁମାର ମଙ୍ଗାକୁ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଘର ରାଉରକେଲାରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ରାଉରକେଲା ଅଂଚଳର ୫ ଜଣ ଜଣ ଯୁବକ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଅଂଚଳକୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେମାନେ ଫେରିବା ବାଟରେ ଆଜି ସକାଳୁ ୧୪୯ ନମ୍ବର ଜାତୀୟ ରାଜପଥର କଣ୍ଟିଆପସି ନିକଟରେ ଏକ ଅଜଣା ଟ୍ରକ ତାଙ୍କର କାରକୁ ଧକ୍କା ଦେବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

Related Posts