ପଢନ୍ତୁ କଣ ପାଇଁ ରାସ୍ତାରେ ଢାଳିଲେ କ୍ଷୀର…

ବାସୁଦେବପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ବୋଲି କୁହାଯାଉଥିବା ବେଳେ, ରାସ୍ତା ଉପରେ ଚଷୀ କ୍ଷୀର ଢାଳିବା ନିଶ୍ଚିତ ଭାବରେ ଶୋଭନୀୟ ନୁହେଁ । କ୍ଷୀର ଚାଷୀଙ୍କ ଠାରୁ ଓମଫେଡ କ୍ଷୀର ନେଇନଥିବା କାରଣରୁ ଚାଷୀମାନେ ସେହି କ୍ଷୀରକୁ ରାସ୍ତାରେ ଢାଳି ନିଜର ଆକ୍ରୋଶକୁ ପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ କ୍ଷୀରକୁ ନିମ୍ନମାନର କହି ଓମ୍‌ଫେଡ୍ କ୍ଷୀର ନେଇନଥିବା ଅଭିଯୋଗ ଆସିଥିଲା । ଏହାପରେ ଉତ୍ତ୍ୟକ୍ତ ଚାଷୀ ପାଖାପାଖି 12 ଶହ ଲିଟରରୁ ଅଧିକ କ୍ଷୀରକୁ ରାସ୍ତାରେ ଢାଳିଦେଇଥିଲେ । କ୍ଷୀର ନ ନେବା ପୂର୍ବରୁ ଓମଫେଡ୍ ପକ୍ଷରୁ କୌଣସି ସୂଚନା ନଦିଆଯାଇ ହଠାତ୍ କ୍ଷୀର ନେବା ବନ୍ଦ କରିଥିଲା ଓମ୍‌ଫେଡ୍ । ଏହି କାରଣରୁ ଚାଷୀ ଉତ୍ତ୍ୟକ୍ତ ହୋଇଥିଲେ ।

ରାସ୍ତା ଉପରେ ବାର ଶହରୁ ଅଧିକ ଲିଟର କ୍ଷୀର ଢାଳି ନିଜର କ୍ରୋଧକୁ ଜାହିର କରିବା ପରେ ଆଜିଠାରୁ ଆନ୍ଦୋଳନର ଚେତାବନୀ ମଧ୍ୟ ଦେଇଛନ୍ତି । ଏହି ଘଟଣାକୁ ନେଇ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ସରକାର କିମ୍ୱା ଓମ୍‌ଫେଡ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।

Related Posts