ରାଜଧାନୀରେ ଦୁର୍ଘଟଣା: ଫାଟିଗଲା ଷ୍ଟୋଭ, ୨ ଗୁରୁତର

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ଵର ରେ ସକାଳୁ ସକାଳୁ ଘଟିଛି ଏକ ଦୁର୍ଘଟଣା । ଷ୍ଟୋଭ ଫାଟି ଯିବା ଫଳରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଫଳରେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଭୁବନେଶ୍ବର ଭରତପୁର ଅଞ୍ଚଳରେ ଘଟିଛି ଏଭଳି ଅଘଟଣ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଭରତପୁର ଫୁଲେଶ୍ବରୀ ବସ୍ତି କେଳାସାହିରେ ଏହି ଅଘଟଣ ଘଟିଛି । ଷ୍ଟୋଭ ଜଳାଇବା ବେଳେ ହଠାତ୍ ତାହା ଫାଟି ଯାଇଥିଲା । ଫଳରେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ଜଣ ହେଲେ ମିଲୁ ମହାରଣା ଓ ମନୋଜ ସ୍ବାଇଁ । ଗୁରୁତର ଦୁଇ ଜଣଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related Posts