ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ହତ୍ୟା ଘଟଣାର ପର୍ଦ୍ଦାଫାସ : ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାର ବହୁଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି। ତେବେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବିଶ୍ୱଜିତ୍ ପାତ୍ର ସମେତ ୫ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ଆଜି କନ୍ଧମାଳ ଏସପି ପ୍ରତୀକ ସିଂ ବାଲିଗୁଡା ଥାନାରେ ପ୍ରେସମିଟ୍ ଜରିଆରେ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି ।

ଏସପି କହିଛନ୍ତି  ୧୦ ତାରିଖ ଦିନ ସକାଳେ ଅଭିମନ୍ୟୁଙ୍କୁ ଘରୁ ଡାକି ନେଇ ଦୁବୃର୍ତ୍ତମାନେ । ଅଭିମନ୍ୟୁ ଘରୁ ବାହାରକୁ ଆସିବା ପରେ ତାଙ୍କୁ କିଛି କାଗଜ ଦେଖାଇବା ସହ ଗୁଳି କରି ଦୁବୃର୍ତ୍ତମାନେ ଫେରାର ହୋଇଯାଇଥିଲେ । ବାଲିଗୁଡା ମେଡିକାଲରେ ଅଭିମନ୍ୟୁଙ୍କର ମୃତ୍ୟୁ ହୋଇଥିଲା । ତେବେ ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୩ ଗୁଳି, ୬ଟି ମୋବାଇଲ ଜବତ କରିଛି ପୋଲିସ୍ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି କେ. ବିଶ୍ୱଜିତ୍ ପାତ୍ର,ଏସ ବାଲାଜୀ ଆଚାର୍ଯ୍ୟ, ରାସବିହାରୀ ଦାସ ।

ସୂଚନା ଯୋଗ୍ୟ ଯେ, ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ସହିତ ପୁରୁଣା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ବିବାଦ ଲାଗିରହିଥିଲା। ପ୍ରକୃତ ହତ୍ୟାକାଣ୍ଡ ଜଗନ୍ନାଥ ମନ୍ଦିର ଦେବତ୍ତୋର ବିଭାଗକୁ ଯିବା ଘଟଣାକୁ ନେଇ ହତ୍ୟାକାଣ୍ଡ ଘଟିଛି ବୋଲି ଏସପି ପ୍ରତୀକ ସିଂ ପ୍ରକାଶ କରିଛନ୍ତି। ତଦନ୍ତ ପରେ ଆଉ ଅନେକ ଘଟଣା ଉପରୁ ରହସ୍ୟ ଉନ୍ମୋଚନ ହେବ ବୋଲି ଏସପି କହିଛନ୍ତି।

Related Posts