ରେଳ ଧାରଣା ଉପରେ ଭାଙ୍ଗି ପଡିଲା ନିର୍ମାଣଧୀନ ଓଭରବ୍ରିଜର ବିମ୍‌ : ଅନିର୍ଦ୍ଧିଷ୍ଟ କାଳ ପାଇଁ ରେଳ ଚଳାଚଳ ବାତିଲ୍ ।

ବାଲେଶ୍ୱରରେ ବଡ଼ ଅଘଟଣ । ଭୁଶୁଡ଼ି ପଡ଼ିଲା ନିର୍ମାଣଧିନ ରେଳ ଓଭରବ୍ରିଜ୍ । ସୂଚନା ମୁତାବକ, ଓଭରବ୍ରିଜର କାର୍ଯ୍ୟ ଚାଲୁଥିବାବେଳେ ୩ଟି ଉପର ସ୍ଲାବ୍ ଖସିପଡ଼ିଛି । ରେଲୱେ କ୍ରସିଂ ଉପରେ ଭୁଶୁଡ଼ି ପଡ଼ିଥିବା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି ।

ବାଲେଶ୍ୱର ଜିଲ୍ଲା ଶୋଭାରାମପୁର ନିକଟରେ ନିର୍ମାଣାଧୀନ ଓଭରବ୍ରିଜରୁ ଦୁଇ ପିଲରକୁ ସଂଯୋଗ କରୁଥିବା ଏକ ବିମ୍‌ଟି ତଳେ ଥିବା ରେଳ ଧାରଣାରେ ଖସିପଡ଼ିଛି ଗୋଟିଏ ବିମ ଖସିଥିବା ବେଳେ ଅନ୍ୟ ୨ଟି ଝୁଲା ଅବସ୍ଥାରେ ରହିଛି ।  ଫଳରେ ରେଳ ଧାରଣା କଡ଼ରେ ଥିବା ବିଦ୍ୟୁତ୍ ତାର ମଧ୍ୟ ଛିଣ୍ଡିଯାଇଛି । ଦୁର୍ଘଟଣା ଯୋଗୁ ବାଲେଶ୍ୱର ଦେଇ ରେଳ ଚଳାଚଳ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ୟାହତ ହୋଇଛି । ତେବେ କେଉଁ କାରଣରୁ ବ୍ରିଜ୍ ଭୁଶୁଡ଼ିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ଅନ୍ୟପଟେ ଘଟଣା ସ୍ଥଳରେ ସ୍ଥାନୀୟ ରେଳବାଇ କର୍ତ୍ତୁପକ୍ଷ ପହଁଚିଥିବା ଜଣାପଡ଼ିଛି ।

Related Posts