ସ୍କୁଟିକୁ ଧକ୍କା ଦେଲା ବସ୍, ଘଟଣାସ୍ଥଳରେ ଦୁଇ ମୃତ

ପାଳଲହଡା : 149 ନମ୍ବର ଜାତୀୟ ରାଜପଥ ପୁରୁଣାପାଣି ନିକଟସ୍ଥ ଭିମକାଣ୍ଡ ଛକ ନିକଟରେ ସ୍କୁଟିକୁ ଧକ୍କା ଦେଲା ଘରୋଇ ବସ , ଦୁଇଜଣ ମୃତ ବସ ଚାଳକ ଫେରାର ପୋଲିସ ର ତଦନ୍ତ ଜାରୀ ।

ପାଳଲହଡା 149 ନମ୍ବର ଜାତୀୟ ରାଜପଥ ପୁରୁଣାପାଣି ନିକଟସ୍ଥ ଭିମକାଣ୍ଡ ଛକ ନିକଟରେ ସ୍କୁଟି ଆରୋହୀ କୁ ଧକ୍କା ଦେଲା ଘରୋଇ ବସ । ଘଟଣା ସ୍ଥଳରେ ସ୍କୁଟିରେ ଥିବା ଦୁଇ ଆରୋହୀ ମୃତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପାଳଲହଡା ଅଞ୍ଚଳରେ । ଖବରରୁ ଜଣାଯାଏ ଆଜି ଦିନ 12 ଘଟିକା ସମୟରେ ଏକ ‘ବିଜୟା’ ନାମକ ଘରୋଇ ବସ ଅନୁଗୁଳ ରୁ ପାଳଲହଡା ଅଭିମୁଖେ ଆସୁଥିବା ବେଳେ ପୁରୁଣାପାଣି ନିକଟସ୍ଥ ଭିମକାଣ୍ଡ ଛକଠାରେ ଏକ ଟ୍ରକକୁ ଦୃତ ଗତିରେ ଓଭରଟେକ କରୁଥିବା ବେଳେ ପାଳଲହଡା ପଟୁ ଏକ ସ୍କୁଟିରେ ଦୁଇଜଣ ତାଳଚେର ପଟେ ଯାଉଥିବା ବେଳେ ବସ ସମ୍ମୁଖରେ ପଡିଯାଇଥିଲେ , ଦୃତ ଗତିରେ ଆସୁଥିବା ବସଟି ଧକ୍କା ଦେବାରୁ ଦୁଇ ସ୍କୁଟି ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ବସଟି ଘଟଣା ସ୍ଥଳରେ ଛାଡି ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ପାଳଲହଡା ପୋଲିସ ପହଞ୍ଚି ସ୍କୁଟି ଆରୋହୀ ଦ୍ବୟ ଙ୍କୁ ଉଦ୍ଧାର କରି ପାଳଲହଡା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ , ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ବେଳେ ପାଳଲହଡା ପୋଲିସ ଘରୋଇ ବିଜୟା ବସକୁ ଜବତ କରି ଘଟଣା ର ତଦନ୍ତ ଆରମ୍ଭ ଜାରି ରଖିଛନ୍ତି ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳି ପାରି ନାହିଁ

Related Posts