ବିଧାୟକ କୁଳଦୀପ ସିଂହ ସେଙ୍ଗର ବିଜେପିରୁ ନିଲମ୍ବିତ

ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଜେପି ବିଧାୟକ କୁଳଦୀପ ସିଂହ ସେଙ୍ଗରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ବିଜେପିର ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ରଦେବ ସିଂହ ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି । ସେଙ୍ଗର ଉନ୍ନାଓର ବାଙ୍ଗରମଊରୁ ବିଜେପି ବିଧାୟକ ଥିଲେ । ତେବେ ସେ ପ୍ରଥମରୁ ନିଲମ୍ବିତ ଥିଲେ ଏବଂ ଏହି ମାମଲାରେ ଏବେ ସିବିଆଇ ଯାଂଚ୍ ଚାଲିଛି ବୋଲି ପ୍ରଦେଶ ଅଧ୍ୟକ୍ଷ କହିଛନ୍ତି ।

ରବିବାର ବହୁଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ପିଡୀତାଙ୍କ କାରକୁ ଧକ୍କା ଦେଇଥିଲା ଟ୍ରକ । ଗାଡିରେ ପିଡୀତା ନିଜ ମା, ଓକିଲ ଓ ସମ୍ପକୀୟଙ୍କ ସହ ଯାଉଥିବା ବେଳେ ରାୟବରେଲି ଠାରେ ଏହି ଦୁର୍ଘଟଣା ହୋଇଥିଲା । ଫଳରେ ଗାଡିରେ ଥିବା ପିଡୀତାଙ୍କ ମା ଓ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ପିଡୀତା ଓ ତାଙ୍କ ଓକିଲ । ଏହା ଦୁର୍ଘଟଣା ନୁହେଁ ବରଂ ହତ୍ୟା ଷଡଯନ୍ତ୍ର ବୋଲି ବିଭିନ୍ନ ମହଲରୁ ଚାପ ପଡିବା ପରେ ପୁଲିସ ପୁନର୍ବାର ବିଜେପି ବିଧାୟକଙ୍କ ସମେତ ୧୦ଜଣଙ୍କ ନାମରେ ମାମଲା ରୁଜୁ କରିଛି । ତେବେ ସିବିଆଇ ପୂର୍ବରୁ ମଧ୍ୟ କୁଲଦୀପଙ୍କ ନାଁରେ ଥିବା ୨ଟି ମାମଲାର ତଦନ୍ତ କରୁଥିବା ବେଳେ ଏବେ ତାଙ୍କ ପାଇଁ ଅଡୁଆ ବଢ଼ିଛି ।

Related Posts